RIC ରାୟଗଡ଼ା ପକ୍ଷରୁ ଉତ୍କଳ ଆଲୁମିନା ନିମନ୍ତେ PLCC ଆୟୋଜିତ

0
193
RIC ରାୟଗଡ଼ା ପକ୍ଷରୁ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୩୧/୦୭) : ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ ନିମନ୍ତେ RIC ରାୟଗଡ଼ା ପକ୍ଷରୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ ପ୍ଲାଣ୍ଟ ସ୍ତରୀୟ ପରାମର୍ଶକାରୀ କମିଟି ବୈଠକ (PLCC) ୨୦୨୨ ଜୁଲାଇ ୨୯ ତାରିଖରେ ଉତ୍କଳ ଆଲୁମିନା ର ସହରାଞ୍ଚଳ ପରିସରରେ ଆୟୋଜିତ ହୋଇଯାଇଛି ।WhatsApp Image 2022 07 30 at 7.24.18 PM RIC ରାୟଗଡ଼ା ପକ୍ଷରୁ ଉତ୍କଳ ଆଲୁମିନା ନିମନ୍ତେ PLCC ଆୟୋଜିତ

RIC ରାୟଗଡ଼ା ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ଉତ୍କଳ ଆଲୁମିନା ର ଜିଲ୍ଲା ଗୁଡ଼ିକରେ SME ଉତ୍ପାଦ ଗୁଡ଼ିକର ଚାହିଦା ଓ ଯୋଗାଣ ସୁଯୋଗ ଅନୁଧ୍ୟାନ କରିବା ଏବଂ ଶିଳ୍ପ ସମୂହ ଓ MSME ଗୁଡ଼ିକ ମଧ୍ୟରେ କାର୍ଯ୍ୟକାରିତାଗତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ସକାଶେ MSME ଓ ଶିଳ୍ପ ସମୂହ ମଧ୍ୟରେ ଏକ ସମ୍ପର୍କ ବିନ୍ଦୁ ସ୍ଥାପନ କରିବା ଏହାର ଉଦ୍ଦେଶ୍ୟ । ମୋଟାମୋଟି ଭାବରେ MSME ଗୁଡ଼ିକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳରେ ଔଦ୍ୟୋଗିକ ପରିବ୍ୟବସ୍ଥାକୁ ମଜବୁତ କରିବା ଏହି ବୈଠକ ର ଉଦ୍ଦେଶ୍ୟ ଥିଲା ।

ବୈଠକରେ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ଵଧା ଦେବ ସିଂ ଅଧ୍ୟକ୍ଷତା କରିଥିବା ବେଳେ ୟୁନିଟ ହେଡ଼ ଓ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ବିକାଶ ଚନ୍ଦ୍ର ବେନ, RIC, ରାୟଗଡ଼ା ସଦସ୍ୟ ଆବାହକ ଭାବରେ ଏହି ବୈଠକ ଆହୂତ କରିଥିଲେ ।

ଶ୍ରୀ ସୁଧାକର ବିଶ୍ୱାଳ, ଚିଫ ଫାଇନାନ୍ସ ଅଫିସର ଉତ୍କଳ ଆଲୁମିନା ଉକ୍ତ ବୈଠକରେ ଉତ୍କଳ ଆଲୁମିନା ପ୍ଲାଣ୍ଟ ସମ୍ପର୍କରେ ଏକ ମୋଟାମୋଟୀ ଚିତ୍ର ଉପସ୍ଥାପନା କରିବା ସହିତ ଏହି ଅଞ୍ଚଳ ର MSME ଗୁଡ଼ିକୁ ସମର୍ଥନ କରିବା ନେଇ ରହିଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ ।

ହେଡ଼ କମର୍ସିୟାଲ, ଉତ୍କଳ ଆଲୁମିନା ଶ୍ରୀ ଅମିତ ପଣ୍ଡା MSME ଗୁଡ଼ିକ ସହିତ ବ୍ୟବସାୟିକ ସହଭାଗିତା ସମ୍ପର୍କରେ ପ୍ରକାଶ କରିଥିଲେ । ସେ କମ୍ପାନୀ ର ଭେଣ୍ଡର ପଞ୍ଜିକରଣ ବ୍ୟବସ୍ଥା, ଆହାରଣଯୋଗ୍ୟ ସାମଗ୍ରୀ ର ଶିଳ୍ପ ସ୍ତରରେ ଆବଶ୍ୟକତା ସମ୍ପର୍କରେ ତଥା ଉପସ୍ଥାପନ କରିବା ସହିତ କମ୍ପାନୀ ପକ୍ଷରୁ ଫ୍ଲାଇ ଆସ ଏବଂ ଲାଇମ ଗ୍ରୀଡ଼ ଯୋଗାଇ ଦିଆଯାଇଥିବା ଭେଣ୍ଡରମାନଙ୍କର ତାଲିକା ପ୍ରକାଶ କରିଥିଲେ ।

ଉତ୍କଳ ଆଲୁମିନା ର ଟିମ CSR ଏବଂ CR ଏଣ୍ଡ ସଷ୍ଟେନେବିଲିଟି ଗୋଷ୍ଠୀ ବିକାଶ ପ୍ରୟାସ ସମୂହ ଏବଂ ପ୍ରୋଜେକ୍ଟ “ଉଦ୍ୟମି” ଅଧୀନରେ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ସମ୍ଭାବନା ସମ୍ପର୍କରେ ପ୍ରକାଶ କରିଥିଲେ । ଉତ୍କଳ ଆଲୁମିନା ପକ୍ଷରୁ ଏହାର ପ୍ରୋଜେକ୍ଟ “ଉଦ୍ୟମି” ଅଧୀନରେ ଏହାର ପରିପାର୍ଶ୍ଵିକ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଦିଗରେ ଯୋଗାଇ ଦିଆଯାଉଥିବା ସମର୍ଥନ ଆଲୋଚନା ବୈଠକରେ ଉପସ୍ଥିତ ଥିବା ଅଧିକାଂଶ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।WhatsApp Image 2022 07 30 at 7.24.19 PM RIC ରାୟଗଡ଼ା ପକ୍ଷରୁ ଉତ୍କଳ ଆଲୁମିନା ନିମନ୍ତେ PLCC ଆୟୋଜିତ

ଶ୍ରୀ କେ. ନାରିନ କୁମୁଦନ, ପ୍ରେସିଡେଣ୍ଟ, ଓଡ଼ିଶା ଆସେମ୍ବ୍ଲି ଅଫ ସ୍ମଲ ଆଣ୍ଡ ମିଡ଼ିଅମ ଏଣ୍ଟରପ୍ରାଇଜେସ (OASME , ରାୟଗଡ଼ା) ଏବଂ ଶ୍ରୀ ଏ. ଗୋବିନ୍ଦ ରାଓ, ପ୍ରେସିଡେଣ୍ଟ ଡିଷ୍ଟ୍ରିକ୍ଟ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ସେଣ୍ଟର (DSSIA , ରାୟଗଡ଼ା) ସହଯୋଗିତା ସ୍ଥାପନ ଦିଗରେ ଟଯଲ ଆଲୁମିନା ସହିତ ସେମାଙ୍କର ସହଯୋଗିତା ସମ୍ପର୍କରେ ପ୍ରକାଶ କରିବା ସହିତ ସ୍ଥାନୀୟ MSME ଗୁଡ଼ିକ ଯେଭଳି କମ୍ପାନୀ ର ଆବଶ୍ୟକତା ପୂରଣ କରି ପାରିବେ, ସେଠି ପାଇଁ ସେମାନଙ୍କୁ ଅଗ୍ରାଧିକାର ଦେବାକୁ କମ୍ପାନୀକୁ ଅନୁରୋଧ କରିଥିଲେ ।

ଜିଲ୍ଲା ଗୁଡ଼ିକର ଉଦ୍ୟୋଗୀ ମାନେ ଉକ୍ତ ମଞ୍ଚରେ ସେମାନଙ୍କର ରହିଥିବା ବିଭିନ୍ନ ପ୍ରସଙ୍ଗ ଏବଂ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଭୀମସେନ ଶବର, ସବକଲେକଟର ଓ SDM ରାୟଗଡ଼ା, ଶ୍ରୀ ଧୀରେନ୍ଦ୍ରନାଥ ବିହାରୀ, LDM ରାୟଗଡ଼ା, ଶ୍ରୀ ସବ୍ୟସାଚୀ ସାହୁ, IPO ରାୟଗଡ଼ା, ଉତ୍କଳ ଆଲୁମିନା ର ବରିଷ୍ଠ ଅଧିକାରୀଗଣଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରକାଶ କରି ଉତ୍କଳ ଆଲୁମିନା ର ୟୁନିଟ ହେଡ଼ ଦୋହରାଇ ଥିଲେ ଯେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ଆମ ଅର୍ଥନୀତି ର ମେରୁଦଣ୍ଡ । ଏଗୁଡ଼ିକୁ ମଜଭୁତ କରାଗଲେ ତାହାଦ୍ୱାରା କେବେଳ ସେମାନଙ୍କର ଉନ୍ନତି ସାଧିତ ହେବ ନାହିଁ, ତାହା ସହିତ ଏହି ଅଞ୍ଚଳ ର ସମୁଦାୟ ଉଦ୍ୟୋଗୀକ ପରିବ୍ୟବସ୍ଥାରେ ରୂପାନ୍ତରଣ ହୋଇ ପାରିବ । ସେ ଉଲ୍ଲେଖ କରିଥିଲେ ଯେ ଉତ୍କଳ ଆଲୁମିନା ଏହି ଅଞ୍ଚଳ ର MSME ସମୂହ ଏବଂ ନବାଗତା ଉଦ୍ୟୋଗୀ ମାନଙ୍କୁ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟେ RIC , ରାୟଗଡ଼ା ଏବଂ ଉତ୍କଳ ଆଲୁମିନା ପକ୍ଷରୁ PLCC ବୈଠକ ଆୟୋଜନକୁ ପ୍ରଶଂସା କରିଥିଲେ । ସେ ଏକ ସମତୁଲ କ୍ଷେତ୍ର ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ଯେଉଁଠାରେ MSME ସମୂହ ଏବଂ କର୍ପୋରେଟେ ସମ୍ମିଳନୀ ଭାବରେ ସମୃଦ୍ଧି ହାସଲ ସହିତ ଉକ୍ତ ଅଞ୍ଚଳ ର ସାମାଜିକ-ଅର୍ଥନୈତିକ ସ୍ଥିତିରେ ରୂପାନ୍ତରଣ ଆଣିପାରିବେ ।

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ UAIL ରାୟଗଡ଼ା ଓ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାରେ ତାହାର CSR ଏବଂ CR ଏଣ୍ଡ ସଷ୍ଟେନେବିଲିଟି ପ୍ରୟାସ ସମୂହ ଅଧୀନରେ ନିଜର ପରିପାର୍ଶ୍ଵିକ ବିକାଶ କାର୍ଯ୍ୟ ଗୁଡ଼ିକ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହି ଦୁଇ ଜିଲ୍ଲାରେ ୨ ଟି ବ୍ଲକ ର ୧୨ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୩୨ ଟି ଗ୍ରାମକୁ ସେବା ଯୋଗାଇ ଦେଉଛି ।

ABG ର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗ ଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ସମାଧାନ କରିବା ଆଦି ୫ ଟି ମୁଖ୍ୟ କ୍ଷେତ୍ର ଉପରେ ଦୃଷ୍ଟିନିବଦ୍ଧ ପ୍ରୟାସ ଅଧୀନରେ UIAL ମୋଟାମୋଟି ଭାବରେ ୨,୦୦,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । UIAL ର ଅନନ୍ୟ ବହୁଧା-ସହଭାଗୀ ଭିତ୍ତିକ ପ୍ରୟାସ ଗୁଡ଼ିକ ଆଜିକୁ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜନ ଜୀବନକୁ ସମୃଦ୍ଧ କରି ଆସୁଅଛି ।