ନିମ୍ନମାନର ରାସ୍ତାକାମ,ଦୁଇ ବର୍ଷ ନପୁରୁଣୁ ରାସ୍ତାରୁ ପିଚୁ ଉଠିଲା : ବର୍ଷା ପାଣିରେ କାଦୁଅ ପଚପଚ

0
162

ରିପୋର୍ଟ : ମୀନା ବେହେରା
କୋରାପୁଟ,ବନ୍ଧୁଗାଁ,(୮/୮) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ଠାରୁ ରାମ ଚନ୍ଦ୍ର ପୁର, କାପୋଲୋଡା, ଶିଲାବାଡ଼ି ଦେଇ ମାଣିକ ବାଲସା ଗ୍ରାମ ପର୍ଯ୍ୟନ୍ତ ୬୫ ଲକ୍ଷ ଟଙ୍କା ବ୍ୟୟରେ ୨୦୧୮/୧୯ରେ ଏନବିସିସି ଜରିଆରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ହୋଇଥିଲା । କିନ୍ତୁ ଦୁଇ ବର୍ଷ ମଧ୍ୟରେ ନିମ୍ନମାନର କାମ ପାଇଁ ରାସ୍ତାରୁ ପିଚୁ ଉଠି ମାଟି ଦିସିଲାଣି ।WhatsApp Image 2021 08 09 at 10.25.38 AM ନିମ୍ନମାନର ରାସ୍ତାକାମ,ଦୁଇ ବର୍ଷ ନପୁରୁଣୁ ରାସ୍ତାରୁ ପିଚୁ ଉଠିଲା : ବର୍ଷା ପାଣିରେ କାଦୁଅ ପଚପଚ

ନିମ୍ନମାନର ରାସ୍ତାକାମ ଯୋଗୁଁ ସମ୍ପୁର୍ଣ ରାସ୍ତା ଖାଲ ଖମାରେ ଭର୍ତି ହୋଇ ବର୍ଷା ଦିନେ ପାଣି ଜମି ରହୁଛି । କାଦୁଅ ପଚପଚ ରାସ୍ତାରେ ଚାଲିକି ଜିବା କଷ୍ଟ ସାଧ୍ୟ।ତଥାପି ଏଥି ପ୍ରତି କାହାର ଦୃଷ୍ଟି ଯାଉନଥିବା ବେଳେ ଠିକାଦାରକୁ ପଚାରିଲେ ତମ ଓଡିଶା ସରକାର କଣଟା କରିଦେବ ବୋଲି ଓଲଟା ଧମକ ଦେଉଛି | ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ବାହାର ରାଜ୍ୟର ଠିକାଦାର କାମ ନେଇ ମନଇଚ୍ଛା କାମ କରି ଚାଲିଜିବା ସହ ନିମ୍ନମାନର କାମ ଉପରେ ଗ୍ରାମବାସି ପଚାରିଲେ ଓଲଟା ଧମକ ଦେବା କେତେଦୁର ଯଥାର୍ଥ ତାକୁ ନେଇ ସାଧାରଣରେ ପ୍ରସ୍ନବାଚି ସୃଷ୍ଟି ହୋଇଛି ।

କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ସବୁ ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହେଇ ଆସୁଥିଲେ ମଧ୍ୟ ଅଞ୍ଚଳବାସିଙ୍କ ଦୁଃଖ ଦେଖିବାକୁ କେହି ନାହିଁ ।ବର୍ତ୍ତମାନ ଆଲମଣ୍ଡା ଗ୍ରାମ ଠାରୁ ମାଣିକ ବାଲସାଅ ଜାଲା କଷୁ କୋମ୍ଭୁଗାଣ୍ଡା ପଞ୍ଚାୟତର ଜାଡ଼ବା ଅ ଫୁଲଗୁମି ପର୍ଯ୍ୟନ୍ତ ୨୪ କିମି. ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନେଇ ଅନେକ ଛୋଟବଡ ଗ୍ରାମ ଲୋକେ ନାହିଁନଥିବା ଅସୁବିଧାର ସମୁଖିନ ହେଉଛନ୍ତି ।

ରୋଗିଙ୍କୁ ମେଡିକାଲ ନେବାଠୁ ଆରମ୍ଭ କରି ଛାତ୍ର ଛାତ୍ରିଙ୍କ ପାଠ ପଢା ଓ ଅନ୍ୟାନ୍ୟ ସରକାରି କାର୍ଯ୍ୟ ପାଇଁ ସାଧାରଣ ଜନତା ଅସୁବିଧାର ସମୁଖିନ ହେଉଥିଲେ ମଧ୍ୟ ସବୁ ଜାଣିସୁଣି ଜିଲ୍ଲା ପ୍ରସାସନ ଚୁପ ବସିଛି । ଏହି (ଏନବିସିସି ) ଦ୍ୱାରା ମାତ୍ରକ କିମି ରାସ୍ତାର ଦୂରତା ମଧ୍ୟରୁ କେବଳ ୧୧ କି.ମି ଯାଏଁ ନିମନ୍ନ ମାନରେ ପିଚୁ କାମ କୋରାଯାଇ ବାକି ୯ କି.ମି ରାସ୍ତାରେ ପିଚୁ ପଢିନାହିଁ, ଜ ଦ୍ୱାରା ଲୋକେ ନାହିଁ ନଥିବାର ସ୍ୱୀକାର ହୋଉଛନ୍ତି |

ଯଦି ଏତି ପ୍ରତି ଜିଲ୍ଲା ପ୍ରସାସନ ଦୃଷ୍ଟି ନଦିଏ ତେବେ ଏଇଭଳି ଗୁଣ୍ଡା ରାଜ ଚଲାଇଥିବା ଠିକାଦାର ମାନଙ୍କୁ ଆଗାମି ଦିନରେ ବ୍ଲକ ଭିତରେ ପସାଇବାକୁ ଦେବୁନି ବୋଲି ସାଧାରଣରେ ମତ ପ୍ରକାସ ପାଇଛି | ଉକ୍ତ କାର୍ଯ୍ୟକୁ ତୁରନ୍ତ ପୁନର୍ବାର ଠିକ ଭାବରେ ରାସ୍ତା କାମ କରାଗଲେ ଅଞ୍ଚଳ ବାସି ଖୁସି ହେବେ ବୋଲି କହିଛନ୍ତି |

ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ମାନେ, ବନ୍ଧୁଗାଁ ବ୍ଲକ ବିଜେପି ସୋଭାପତି ଶ୍ରୀ ମଧୁ ଘାଣ୍ଟା,ପୂର୍ବତନ କଂଗ୍ରେସ ବିଧାୟୋକ ପ୍ରତିନିଧି ଶ୍ରୀ କାମେଶ୍ଵର ରତ୍ନାଲୁ,କାଣ୍ଟୁ କେଣ୍ଡରୁକ, କାପୋଲୋଡା ସୋରପଞ୍ଚ ଶ୍ରୀ କାଡ୍ରାକା ଗୁମ୍ଫା, ଆଲୋମଣ୍ଡା ପଞ୍ଚାୟତର ସୋରପଞ୍ଚ ଶ୍ରୀ ମତି କାନା ରାତନାଲୁ, ଅ କଂଗ୍ରେସ ଦଳର ପୁରୁଖା ନେତା ଜଗଦିଶ୍ୱର ସାହୁକାର, ଭୋଗୀ ଶ୍ରୀନୁବାସ, ପ୍ରମୁକ ଉପସ୍ଥିତ ରହିଥିଲେ I