ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ନୂତନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ

0
182
ଯୋଗଦାନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୮) : ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି ।

ପୂର୍ବରୁ ସେ ରାୟଗଡା ଜିଲ୍ଲା ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ବୌଦ୍ଧରେ ଅତିରିକ୍ତ ତହସିଲଦାର ଭାବରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତେଣୁ ଜଣେ ଅଭିଜ୍ଞ ଅଧିକାରୀ ଭାବରେ ଜିଲ୍ଲାରେ ସେ ଦକ୍ଷତାର ସହିତ କାର୍ଯ୍ୟ କରିବେ ବୋଲି ଯୋଗଦାନ ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଆଶାପ୍ରକାଶ କରିଛନ୍ତି ।