ୱାଲଟିଆରରେ ରେଳ ଡି.ଆର.ଏମ. ଙ୍କୁ ଭେଟିଲେ ପ୍ରତିନିଧି ଦଳ

0
389
ୱାଲଟିଆରରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୮) : ବିଭିନ୍ନ ଦାବି ନେଇ ପାରଳାଖେମୁଣ୍ଡି ରୁ ଆଇନଜୀବୀ ଶ୍ରୀ ପ୍ରଶାନ୍ତ ପ୍ରଧାନ ଙ୍କ ନେତୃତ୍ୱରେ ୱାଲଟିଆରରେ ବିଶାଖା ଡିଭିଜନ ର ଡି.ଆର.ଏମ. ଶ୍ରୀ ଅନୁପ କୁମାର ଶତପଥୀ ଙ୍କୁ ଭେଟି ଥିବା ଜଣାପଡିଛି ।WhatsApp Image 2022 08 04 at 9.17.44 AM ୱାଲଟିଆରରେ ରେଳ ଡି.ଆର.ଏମ. ଙ୍କୁ ଭେଟିଲେ ପ୍ରତିନିଧି ଦଳ

ପ୍ରକାଶ ଥାଉ କି ଶ୍ରୀ ପ୍ରଧାନ ବିଭିନ୍ନ ସମୟରେ ରେଳ ନିମନ୍ତେ ଆନ୍ଦୋଳନ କରି ଆସୁଥିଲେ । କଟକ ପଲାସମେମୁ ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ କୁ ସମ୍ପ୍ରସାରଣ ଦାବି ପୂରଣ ହୋଇଥିବା ରୁ ପ୍ରତିନିଧି ଦଳ ୱାଲଟିଆରରେ ଶ୍ରୀ ଶତପଥୀ ଙ୍କୁ ପୁଷ୍ପ ମାଳ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏତଦ ବ୍ୟତୀତ ପାରଳାଖେମୁଣ୍ଡି, କାଶୀନଗର, ଗୁଣୁପୁର ଷ୍ଟେସନରେ ଆଲୋକୀକରଣ, ଅଟମେଟିକ ଟିକେଟ, ବ୍ୟବସ୍ତା, ପ୍ଲାଟଫର୍ମ ର ଉଚ୍ଚତା ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା ଆଦି ଯୋଗାଇବାକୁ ପ୍ରତିନିଧି ଦଳ ଦାବି ରଖିଥିଲେ । ଏହି ପ୍ରତିନିଧି ଦଳରେ ସୁନୀଲ ପଟ୍ଟନାୟକ ଓ କନ୍ୟା କୁମାରୀ ସାହୁ ଯାଇଥିଲେ ।