କାଜୁ ବୋଝେଇ ମ୍ୟାକ୍ସ ପିକଅପ ଦୁର୍ଘଟଣାଗ୍ରସ୍ତ

0
181
ଦୁର୍ଘଟଣାଗ୍ରସ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୮) : କାଶୀନଗର ବ୍ଲକ ର ବି.ଏଲ. ପୁର କଲୋନୀରେ ଏକ କାଜୁ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଆଜି ସଂଧ୍ୟା ସମୟରେ ଏକ କାଜୁ ବୋଝେଇ ହୋଇ ପିକଅପ ଟି କାଶୀନଗର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଗାଡ଼ି ର ନମ୍ବର AP39 TM1764 ଅଟେ । ଦୁର୍ଘଟଣା କିଭଳି ଓ କାହିଁକି ହେଲା ଜଣାପଡି ନାହିଁ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଛି ।