୨୧ କେଜି ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ଓ ୩ ଯୁବକ ଗିରଫ

0
160
୨୧ କେଜି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୮) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ର କୁଞ୍ଜ ଛକ ନିକଟରେ ଗତକାଲି ସୋନପୁର ପୁଲିସ ବାହ୍ୟ ରାଜ୍ୟ ଛତିଶଗଡ଼ କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨୧ କେଜି ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଏକ ରାକେଟ ଜଣେ ମହିଳା ଙ୍କ ସମେତ ତିନି ଜଣ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି lWhatsApp Image 2022 08 05 at 6.59.22 PM 1 ୨୧ କେଜି ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ଓ ୩ ଯୁବକ ଗିରଫ

ଏମାନଙ୍କ ପାଖରୁ ବାଇକ CG 13UH 2597 ଓ 0D 31C 5639 ନମ୍ବର ଥିବା ୨ ଗୋଟି ବାଇକ, ୨୧ କେଜି ୨୦୦ ଗ୍ରାମ ଗଞ୍ଜେଇ, ଗୋଟାଏ ଦେଶୀ ପିସ୍ତଲ, ୧ ରାଉଣ୍ଡ ଗୁଳି ଓ ଗୋଟାଏ ମାଗାଜିନ ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ଉପସ୍ଥିତିରେ ସୋନପୁର ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି l

ଏହି ରାକେଟରେ ମନମୁଣ୍ଡା ଅଞ୍ଚଳ ର ରାଧା ଚରଣ ମହାଲିଙ୍ଗ ଓ ରାଧେଶ୍ୟାମ ପଧାନ ଙ୍କ ସମେତ ମୁଖ୍ୟ ଆସାମୀ ଦୁଇ ଜଣ ଛତିଶଗଡ଼ ଅଞ୍ଚଳ ର ଗାୟତ୍ରୀ ସିଦର ଓ ସାହିଲ ସାହୁ ଏବଂ ଏମାନେ ଚାରି ଜଣ ମନମୁଣ୍ଡା ପଟୁ ସୋନପୁର ରାସ୍ତା ଦେଇ ଆସୁଥିବା ବିଷୟ ପୋଲିସ ଇନକ୍ୱାରୀ ଅଫିସର ସସ୍ମିତା ଭୁଟିଆ ଙ୍କ ଠାରୁ ପ୍ରକାଶ l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ l