ଜମିବାଡ଼ି କୁ କେନ୍ଦ୍ର କରି ଭାଇକୁ ମାରିଲା ଭାଇ ଓ ପୁତୁରା !

0
184
ଜମିବାଡ଼ି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ଲୁଣିବାହାଲ ଛକ ଠାରେ ଜମିବାଡ଼ି କୁ କେନ୍ଦ୍ର କରି ଭାଇ କୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ସାଢ଼େ ୧୧ ଟା ସମୟରେ ଯୁବରାଜପୁର ଗ୍ରାମ ର ଝରିଆ ବାରିକ ଲୁଣିବାହଲ କୁ କିଛି ଜିନିଷ ବିକ୍ରି କରିବାକୁ ଆସିଥିଲେ । ସେହି ସମୟରେ ଯୁବରାଜପୁର ଗ୍ରାମ ର ତାଙ୍କ ସମ୍ପର୍କୀୟ ଭାଇ ସୁବାସ ବାରିକ ଏବଂ ପୁତୁରା ଅସିତ ବାରିକ ଜମିବାଡ଼ି ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଝରିଆ ଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଉତକ୍ଷିପ୍ତ ହୋଇ ଝରିଆ ଙ୍କୁ ସୁବାସ ଏବଂ ଅସିତ ଏକ କଇଁଚି ଏବଂ କାଠ ଫାଳିଆରେ ଆକ୍ରମଣ କରି ଚାଲିଯାଇଥିଲେ ।

ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଆକୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଝରିଆ ଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଣା କଟକ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଫେରାର ହେଉଥିବା ଦୁଇ ଅଭିଯୁକ୍ତଙ୍କୁ ସରସରା ଠାରୁ କାବୁ କରିଥିବା ସୂଚନା ମିଳିଛି ।