ସଲମାନ ରୁଶଦିଙ୍କ ପରେ ଏବେ ଟାର୍ଗେଟ୍‌ରେ ଲେଖିକା ଜେ.କେ. ରୋଲିଂ !

0
221
ସଲମାନ ରୁଶଦିଙ୍କ

ରିପୋର୍ଟ : ରାମନାଥ ଗନ୍ତାୟତ
ନ୍ୟୁୟର୍କ, (୧୪/୦୮) : ଫେମସ୍‌ ଲେଖକ ସଲମାନ ରୁଶଦିଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା । ଲୋକପ୍ରିୟ ବହି ହ୍ୟାରି ପୋର୍ଟର ର ଲେଖିକା ଜେ.କେ. ରୋଲିଂଙ୍କୁ ମିଳିଛି ହତ୍ୟା ଧମକ । ଏ ନେଇ ଖୋଦ୍‌ ଟ୍ୱିଟ୍‌ କରି ସେ ସୂଚନା ଦେଇଛନ୍ତି ।

ଲେଖିକା ରୋଲିଂ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ଲାଗିଲା । ତେବେ ପ୍ରାର୍ଥନା କରୁଛି ଯେ ସଲମାନ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ରୋଲିଂଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର୍ସ ‘ଚିନ୍ତା କର ନାହିଁ ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’ ବୋଲି ଲେଖି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ୫୭ ବର୍ଷୀୟା ଲେଖିକା ରୋଲିଂ ଟ୍ୱିଟରରେ ହତ୍ୟା ଧମକ ର ସ୍କ୍ରିନଶଟ୍ ମଧ୍ୟ ଶେଆର କରିଛନ୍ତି ।

ତାଙ୍କୁ ଏହି ଧମକ ରୁଶଦ୍‌ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମର୍ଥକମାନେ ଦେଇଥିବା ଜଣାପଡିଛି । ଯେଉଁ ଟ୍ୱିଟର୍‌ ହ୍ୟାଣ୍ଡେଲରେ ରୋଲିଂଙ୍କୁ ହତ୍ୟା ଧମକ ମିଳିଛି ସେଥିରେ ରୁଶ୍‌ଦିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ହାଦି ମାତାରକୁ ବି ପ୍ରଶଂସା କରାଯାଇଛି । ଏଥିରେ ଲେଖାଅଛି ଯେ, ସେ ଜଣେ ଶିଆ ଯୋଦ୍ଧା ବା ବିପ୍ଲବୀ ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଏକ କାର୍ଯ୍ୟକ୍ରମ ବେଳେ ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କୁ ଷ୍ଟେଜ ଉପରେ ଆକ୍ରମଣକାରୀ ମୁଥ ମାରିବା ସହ ଛୁରାମାଡ କରିଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ହେଲେ ଆଜି ତାଙ୍କୁ ଭେଣ୍ଟିଲେଟର୍‌ରୁ ହଟାଇ ଦିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସେ କଥାବର୍ତ୍ତା ମଧ୍ୟ କରୁଥିବା ସୂଚନା ମିଳିଛି ।