ଦୁଇ ଦିନ ଧରି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

0
78
ଦୁଇ ଦିନ ଧରି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୮/୦୮) : ଟିଟିଲାଗଡ ସବ ଡିଭିଜନ ଅଞ୍ଚଳରେ ଲାଗିରହି ଥିବା ବର୍ଷା ଓ ସାର ର ଅଭାବ, ବୀମା ଟଙ୍କା ବାରମ୍ବାର ଆବେଦନ, ନିବେଦନ କରି ସୁଦ୍ଧା ନ ମିଳିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ନେଇ ସମ୍ପୂର୍ଣ୍ଣ ଭାବେ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗିପଡିିଛି । ଏ ନେଇ ଗତ ଦୁଇ ଦିନ ଧରି ଏହି ଅଞ୍ଚଳ ର ଚାଷୀ ଜାତୀୟ ରାଜପଥ ଏନ.ଏଚ.-୫୭ କୁ ଅବରୋଧ କରିରଖିଛନ୍ତି ।

ଗତ ଦୁଇ ଦିନ ଧରି ଏହି ଅଞ୍ଚଳ ର ଚାଷୀ ଜାତୀୟ ରାଜପଥ ଏନ.ଏଚ.-୫୭ କୁ ଅବରୋଧ କରିବା ଦ୍ୱାରା ଟିଟିଲାଗଡ ରୁ ବଙ୍ଗୋମୁଣ୍ଡା ରାସ୍ତା କୁ ସଂଯୋଗ କରିଥିବା ଏନ.ଏଚ.-୫୯ ର ବିଟାବନ୍ଦ ଗ୍ରାମ ନିକଟରେ ବିପୁଳ ସଂଖ୍ୟାରେ ଚାଷୀ ରାସ୍ତା ଅବରୋଧ କରିବା ଯୋଗୁଁ ଉଭୟ ପଟେ ବହୁ ସଂଖ୍ୟାରେ ଯାନ ବାହନ ଅଟକି ରହିଛି ।

ପୂର୍ବରୁ ଏହି ସବୁ ସମସ୍ୟା କୁ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଚାଷୀ ନିଜ ଦାବିପୂରଣ ପାଇଁ ବିଗତ ଦିନରେ ବାରମ୍ବାର ନିବେଦନ କରି କରି ନିରାଶ ହୋଇ ଏବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଥିବା ପ୍ରକାଶ କରିଛନ୍ତି ।