କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଇ ଗିରଫ

0
124
କଶ୍ମୀରରେ ଆତଙ୍କବାଦୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜମ୍ମୁ, (୨୦/୦୮) : କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରି ଅଭିଯୁକ୍ତ ଗିରଫ । ହାୱାଲା ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଉଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ପୁଲିସ ଏବଂ ଜାମ୍ମୁ କାଶ୍ମୀର ପୁଲିସ ର ମିଳିତ ଅପରେସନରେ ଏହି ମିଶନ ସଫଳ ହୋଇଛି । ଦିଲ୍ଲୀ ପୁଲିସ ର ସ୍ପେଶାଲ୍ ସେଲ ର ସ୍ୱତନ୍ତ୍ର କମିଶନର ଏଚଜିଏସ ଧଲୱାଲ କହିଛନ୍ତି ଯେ, ହାୱଲା ଚ୍ୟାନେଲ ମାଧ୍ୟମରେ ପଠାଯାଇଥିବା ଏହି ଟଙ୍କା କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିଲା । ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ୟାସିନ । ଦିଲ୍ଲୀ ର ତୁର୍କମାନ ଗେଟ୍ ଅଞ୍ଚଳରେ ରହୁଥିବା ୟାସିନ ଜଣେ କପଡ଼ା ବ୍ୟବସାୟୀ ।
ଗତ ସପ୍ତାହରେ ଅବଦୁଲ ହମିଦ ଅମୀର ନାମକ କାଶ୍ମୀର ର ଜଣେ ଆତଙ୍କବାଦୀଙ୍କୁ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ପଠାଇଥିବା ପୋଲିସ କହିଛି । ଏହି ଘଟଣାରେ ଜମ୍ମୁ କାଶ୍ମୀର ପୁଲିସ ଏକ ମାମଲା ରୁଜୁ କରି ହମିଦଙ୍କୁ ଗିରଫ କରିଛି । ତେବେ ତାଙ୍କୁ ଜେରା ବେଳେ ୟାସିନଙ୍କ ନାଁ ଆସିଥିଲା । ୟାସିନଙ୍କ ଠାରୁ ୭ ଲକ୍ଷ କ୍ୟାସ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି । ତଦନ୍ତ ବେଳେ ୟାସିନ୍ ଏକ ହାୱଲା ଚ୍ୟାନେଲ କାମ କରୁଥିବା ଜଣାପଡ଼ିଛି ।

ଜମ୍ମୁ କଶ୍ମୀରରେ ଆଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ୟାସିନ ବିଦେଶ ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା ପଠାଇଥିବା ଜଣାପଡ଼ିଛି । ଦକ୍ଷିଣ ଆଫ୍ରିକାରୁ ଏହି ଅର୍ଥ ଆସୁଥିବା ବେଳେ ଗୁଜରାଟ ର ସୁରଟ ଏବଂ ମୁମ୍ବାଇ ପର୍ଯ୍ୟନ୍ତ ହାୱଲା ଟଙ୍କା ପଠାଯାଉଛି । ଏହି ହାୱଲା ସିଣ୍ଡିକେଟରେ ୟାସିନ ଏକ ପ୍ରମୁଖ ଲିଙ୍କ ବୋଲି ପୁଲିସ କହିଛି ।