ସିବିଆଇ ରେଡ୍‌ ର ୧୫ ଘଣ୍ଟା ପରେ ମୁହଁ ଖୋଲିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

0
106
ସିବିଆଇ ରେଡ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୮) : ସିବିଆଇ ରେଡ୍‌ ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍‌ରେ ସେ ଭୟଭୀତ ନୁହଁନ୍ତି । ସିବିଆଇ ତା’ କାମ କରୁ ।

ଗତକାଲି ଅବକାରୀ ନୀତିରେ ଅନିୟମିତତା ନେଇ ସିବିଆଇ ମନିଶ ସିଶୋଦିଆଙ୍କ ବାସଭବନ, ପୂର୍ବତନ ଅବକାରୀ କମିଶନର ଆରଭା ଗୋପି କ୍ରିଷ୍ଣଙ୍କ ସମେତ ଅନ୍ୟ ୨୯ଟି ସ୍ଥାନରେ ରେଡ୍‌ କରିଥିଲା । ସିବିଆଇ ରେଡ୍‌ ବେଳେ ସଂସ୍ଥା କିଛି ଦସ୍ତାବେଜ ସହିତ ସିସୋଦିଆଙ୍କ କମ୍ପ୍ୟୁଟର ଓ ଫୋନ୍‌କୁ ଜବତ କରିଛି । ସେହିପରି ସିବିଆଇ ରୁଜ୍ଜୁ କରିଥିବା ଏତଲାରେ ମଦ ବ୍ୟବସାୟକୁ ନେଇ ଦୁର୍ନୀତି ଏବଂ ଲାଞ୍ଚ କାରବାର ହୋଇଥିବା ଦର୍ଶାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଦ ବ୍ୟବସାୟୀମାନେ ମନିଶ ସିଶୋଦିଆଙ୍କ ସମ୍ପର୍କୀୟଙ୍କୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଏହି ସମ୍ପର୍କୀୟମାନେ ହେଉଛନ୍ତି, ବୁଡି ରିଟେଲର ନିର୍ଦ୍ଦଶକ ଅମିତ ଆରୋରା, ଦିନେଶ ଆରୋରା ଏବଂ ଅନୁର୍ଜ ପାଣ୍ଡେ । ଏମାନେ ମଦ ଲାଇସେନ୍ସ କାରବାରରେ ସମ୍ପୃକ୍ତ ଥିଲେ । ସିବିଆଇ ଏତଲାରେ ଦର୍ଶାଇଛି । ଯଦି ମନିଶ ସିଶୋଦିଆ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରନ୍ତି ତେବେ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ସୂଚନା ମିଳିଛି । ତେଣୁ ମନିଶ ସିଶୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।

ସିବିଆଇ ସିଶୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି । ମୋଟ ୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ର ୩୧ଟି ସ୍ଥାନରେ ଆଜି ଚଢ଼ଉ ହୋଇଛି । ସିଶୋଦିଆଙ୍କ ବାସଭବନରେ ଆଜି ୧୫ ଘଣ୍ଟାରୁ ଅଧିକ ସମୟ ଚଢ଼ଉ ହୋଇଥିଲା । ଗତକାଲି ସକାଳେ ରେଡ୍‌ ବେଳେ ମନିଶ ସିଶୋଦିଆ ଦିଲ୍ଲୀ ସରକାରଙ୍କ ମଡେଲ ଶିକ୍ଷାନୀତିକୁ କେନ୍ଦ୍ର ସରକାର ସହ୍ୟ କାପାରୁ ନଥିବା ପରୋକ୍ଷରେ ଦର୍ଶାଇଥିଲେ । ହେଲେ ରେଡ୍‌ ର ୧୫ ଘଣ୍ଟା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ସେ ସିବିଆଇକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।