SBI ଆନୁକୂଲ୍ୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଅନୁଷ୍ଠିତ

0
391

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୦୮) : ସ୍ୱାଧୀନତା ର ଅମୃତ ମହୋତ୍ସବ ଅବସରରେ SBI ଆନୁକୂଲ୍ୟରେ Lead District Manager ଙ୍କ ଦ୍ଵାରା ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରରେ Partition Horor Rememberance Day କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ac77b334 191f 4313 884f 041f61633cdf SBI ଆନୁକୂଲ୍ୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଅନୁଷ୍ଠିତ

SBI ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ର ମହିଳା ସଭାପତି ଶ୍ରୀମତୀ ଅନୁସୂୟା ମାଝୀ ଏବଂ କାଉନ୍ସିଲର ଗୋପୀନାଥ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପେନସନର Assitation ପ୍ରେସିଡେଣ୍ଟ, Lead District Manager ଶ୍ରୀ ଧୀରେନ୍ଦ୍ର ବିହାରୀ ଓ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ର ଡ଼ାଇରେକ୍ଟର ଶ୍ରୀ ସରୋଜକାନ୍ତ ପୃଷ୍ଟି ଓ ସିନୀୟର ଫେକଲଟି ଏମ. ମାଧୁରୀ ଦେବୀ ଏବଂ ଅଶନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ୪୦ ଜଣ ମହିଳା ଓ ପୁରୁଷ ସିନିୟର ସିଟିଜେନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶାତ୍ମୋକବଧ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ପରେ Extibition ମାଧ୍ୟମରେ ବିଭାଜନ ସମୟର କିଭଳି ଭୟଙ୍କର ପରିସ୍ଥିତି ଦେଇ ଗତି କରିଥିଲୁ ସେ ସବୁକୁ ଛବି ଏବଂ ଭିଡିଓ ମାଧ୍ୟମରେ ଦେଖାଇ ଦିଆଗଲା । ଭାଷଣ ମାଧ୍ୟମରେ ସିନିୟର ସିଟିଜନ ମାନେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରି ଶ୍ରୀ ସରୋଜକାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।