କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
148
କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୮) : ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ବାଟିକା, ପଥର ଘାଟ ଠାରେ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସଭା ର ସଭାପତି ତଥା ବରିଷ୍ଠ ଜ୍ୟୋତିର୍ବିଦ ମେଡେନ କୁମାର ବିଶି ଙ୍କ ସଭାପତିତ୍ୱରେ ସଭାପତି ବରିଷ୍ଠ ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା, ବରିଷ୍ଠ ଜ୍ୟୋତିର୍ବିଦ ଯୋଗିନ୍ଦ୍ର ହୋତା ତଥା ବୀରମହାରାଜପୁର ବ୍ଲକ ର ବରିଷ୍ଠ କର୍ମକାଣ୍ଡ ପଣ୍ଡିତ ରାମକୃଷ୍ଣ ପଣ୍ଡା ପ୍ରମୁଖ ଜ୍ୟୋତିର୍ବିଦ ଓ କର୍ମକାଣ୍ଡ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ର ସମ୍ପାଦକ ପ୍ରକାଶ ପୁଝାରୀ ଉପସ୍ଥିତ ପଣ୍ଡିତ ମହାସଭା ର ପଣ୍ଡିତ ପରିଚୟ ପ୍ରଦାନ ପରେ ଏହି ଜୋତିଶି ବିଦ୍ୟା କିପରି ଆଗକୁ ଯିବ, ଏହାର ଗୁଢ଼ ରହସ୍ୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଅନ୍ୟାନ୍ୟ ଲଗ୍ନ, ନିର୍ଘଣ୍ଟ ତଥା ପୁରାତନ ଜ୍ୟୋତିଷ ଶାସ୍ତ୍ର ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏଥିରେ ଅଞ୍ଚଳ ର ବିଶିଷ୍ଟ ପଣ୍ଡିତ ଶ୍ରୀ ବନମାଳୀ ପୁରୋହିତ, କାମପାଳ ନାଏକ, ଅମରିଶ ଚାନ୍ଦ, ଚକ୍ରଧର ଚାନ୍ଦ, ଶିବ ନାରାୟଣ ପଣ୍ଡା, ଶମ୍ଭୁ ପ୍ରସାଦ ମଲିକ, ବଳରାମ ପୁରୋହିତ, ଲକ୍ଷଣ ରଥ, ଗୌର ଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।