ବୀରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ବନ କୁସୁମ ନାମକ ସ୍ମରଣିକା ଉନ୍ମୋଚନ

0
358
ବୀରନାରାୟଣପୁର

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୨/୦୮) : ବୀରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ବନ କୁସୁମ ନାମକ ସ୍ମରଣିକା ଶୁକ୍ରବାର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ କରକମଳରେ ପାଠକା ଅର୍ପଣ ହୋଇଯାଇଛି ।a72c8fb8 5523 4d45 b3b3 50eb653c92c3 ବୀରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ବନ କୁସୁମ ନାମକ ସ୍ମରଣିକା ଉନ୍ମୋଚନ

ଏଥିରେ ଶିକ୍ଷାବିତ୍ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟଦେବ ସୀଠ ଓ ଶିକ୍ଷକ ନିଳାଞ୍ଚଳ ମିଶ୍ର ତଥା ବୀରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶିବାରାଓ କଣ୍ଡାଗରି ପ୍ରମୁଖ ଅତିଥି ରୁପେ ଯୋଗଦେଇ ଏହି ଶିଶୁ ପତ୍ରିକା ର ସାର୍ଥକତା ଓ ବିଦ୍ୟାଳୟ ର ଶିକ୍ଷଣ ପରିବେଶ ର ଭୂୟସୀ ପ୍ରଶଂସା କରିଥିଲେ । ବନ କୁସୁମ ଏକ ଶିଶୁ ସାହିତ୍ୟ ପତ୍ରିକା ବିଦ୍ୟାଳୟ ତରଫରୁ ସ୍ମରଣିକା ରୂପରେ ପ୍ରଥମ ଅର୍ଘ୍ୟ ରୂପେ ପ୍ରକାଶିତ ହୋଇଛି । ଏଥିରେ ଆଦିବାସୀ ଅଧ୍ୟୁଷିତ ସରକାରୀ ବିଦ୍ୟାଳୟ ର କୁନି କୁନି ଛାତ୍ର, ଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଲିଖିତ କବିତା, ଗଳ୍ପ, ହସକଥା ଓ ବିଦ୍ୟାଳୟ ର ସଫଳତା ସମ୍ପର୍କିତ ଘଟଣାବଳୀ ର ଫଟୋ ସ୍ଥାନ ପାଇଛି ।

ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁ, ଜୟଦେବ ସୀଠ ଓ ନିଳାଞ୍ଚଳ ମିଶ୍ରଙ୍କ ପ୍ରେରଣାରେ ଅଷ୍ଟମ ଶ୍ରେଣୀ ଛାତ୍ର ଆର୍ଯ୍ୟ ଶିବ ମାଣ୍ଡଙ୍ଗୀ ସମ୍ପାଦକ ଓ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କ ମୁଖ୍ୟ ସମ୍ପାଦନାରେ ପତ୍ରିକାଟି ପ୍ରସ୍ତୁତ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ଶ୍ରୀ ଏନ ଭାସ୍କର ରାଓ, ବିଧାୟକ ମକରନ୍ଦ ମୁଦୁଲି, ଏକ ଆଶା ଟ୍ରଷ୍ଟ ର ସମ୍ପାଦକ ସମ୍ବିତ କୁମାର ଦାସ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା ରାୟଗଡ଼ା ବି ଡି ଓ ଶ୍ରୀ ଲକ୍ଷ୍ମନାରାୟଣ ସାବତ ଏଵଂ ସର୍ବୋପରି ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ପତ୍ରିକାଟି ର ପ୍ରଶଂସା କରିବା ସହିତ ସଫଳତା କାମନା କରିଛନ୍ତି ।

ଶ୍ରୀ ଜଗଦୀଶ ଚନ୍ଦ୍ର ଦୋରା ପ୍ରଧାନ ଶିକ୍ଷକ ଏତାଦୃଶ ପଦକ୍ଷେପ ଦ୍ୱାରା ଜିଲ୍ଲା ଶିକ୍ଷକ ସଂଘ ସମେତ ସର୍ବ ସାଧାରଣ ସାହିତ୍ୟ ପ୍ରେମୀ ଓ ପାଠକଙ୍କ ମହଲରେ ଅନେକ ଶୁଭେଚ୍ଛା ଓ ପ୍ରଶଂସା ସାଉଁଟିଛନ୍ତି । ଏହି ବିଦ୍ୟାଳୟ ଜିଲ୍ଲା ତଥା ରାଜ୍ୟରେ ଏକ ଆଦର୍ଶ ସରକାରୀ ବିଦ୍ୟାଳୟ ର ମାନ୍ୟତା ଲାଭ କରିଥିବା ସହ ଉତ୍ତମ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି ।