ଷଷ୍ଠ ଶ୍ରେଣୀ ଛାତ୍ର ର ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ର ମୃତ୍ୟୁ

0
301
ଷଷ୍ଠ ଶ୍ରେଣୀ ଛାତ୍ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୨୩/୦୮) : ଷଷ୍ଠ ଶ୍ରେଣୀ ଛାତ୍ର ର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ର ର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ।

ମୃତ ଛାତ୍ର ଜଣଙ୍କ ହେଲେ ଗୋବିନ୍ଦା ହୁଇକା । ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ । ଗତ ୨୦ ତାରିଖରେ କୌଣସି କଥାକୁ ନେଇ ଗୋବିନ୍ଦାଙ୍କ ସହ ଷଷ୍ଠ ଶ୍ରେଣୀ ଛାତ୍ର ର ଝଗଡ଼ା ହୋଇଥିଲା । ପରେ ଗୋବିନ୍ଦାଙ୍କୁ ସମ୍ପୃକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ । ଗୋବିନ୍ଦା ଏଥିରେ ଆହତ ହୋଇଥିଲେ । ପରେ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦାଙ୍କର ମୃତ୍ୟୁ ଘଟିଥିଲା ।

ଗତକାଲି ଶିକ୍ଷା ବିଭାଗ ର ୪ ଜଣିଆ ଟିମ୍ ଗୋବିନ୍ଦାଙ୍କ ଘରକୁ ଯାଇଥିଲେ । ତାଙ୍କ ବାପା ମାଁ ଙ୍କୁ ପଚରାଉଚରା କରିଥିଲେ । ଏହାସହ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ଗୋବିନ୍ଦା ପରିବାର ର ଏକ ମାତ୍ର ପୁଅ ଥିଲେ । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।

ଅନ୍ୟପଟେ ଛାତ୍ରମାଡ଼ରେ ଛାତ୍ର ର ମୃତ୍ୟୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ । ସେ କହିଛନ୍ତି, ମେଡିକାଲ ରିପୋର୍ଟରେ ସେମିତି କିଛି ନାହିଁ । ତେବେ ଘଟଣା ର ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆସିଲେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।