ନୀୟମଗିରି ଅଞ୍ଚଳ ରେ ମାଓବାଦୀ ବିରୋଧରେ ପୋଷ୍ଟର

0
182
ନୀୟମଗିରି ଅଞ୍ଚଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନୀୟମଗିରି ଅଞ୍ଚଳ ର ପାରସାଲି ଗାଁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଠାରେ ମାଓବାଦୀ ବିରୋଧରେ ଉଲ୍ଲେଖ ହୋଇଥିବା ପୋଷ୍ଟର ଦେଖିବା କୁ ମିଳିଛି ।

ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ପ୍ରାକୃତିକ ସମ୍ପଦ ଓଡ଼ିଶା ମାନଚିତ୍ରରେ ଆଦିମ ଆଦିବାସୀ ଅଧ୍ୟୁଷିତ ନିୟମଗିରି ଅଞ୍ଚଳ ହିସାବରେ ଦେଶ ବିଦେଶରେ ଚର୍ଚ୍ଚାରେ ରହିଆସିଛି । ଖଣିଜ ସମ୍ପଦ ର ଲୁଟ ରାକ୍ଷ କରିବା ପାଇଁ ନୀୟମଗିରି ସୁରକ୍ଷା ସମିତି ଗଠନ କରାଯାଇଛି । ଏହି ସମିସରେ କିଛି ଆଦିବାସୀ ନେତା ନେତୃତ୍ୱ ନେଇଛନ୍ତି ବୋଲି କହିଲେ ମଧ୍ୟ ପ୍ରକୃତରେ କିଛି ସ୍ଵଘୋଷିତ ପ୍ରାକୃତିକ ସମ୍ପଦ ସୁରକ୍ଷା କର୍ମୀ, ମାନବାଧିକାର କର୍ମୀ, ଯୋନଜାତି ସୁରକ୍ଷା କର୍ମୀ ଇତ୍ୟାଦି ଦଳ ହାତୀ ଆମେ ଅଞ୍ଚଳ ର ଉନ୍ନତି ଦାୟିତ୍ୱ ନେଇଛନ୍ତି । ଆମ ସରକାର ସୁଯୋଗ ନେଇ କିଛି ମାଓବାଦୀ ମଧ୍ୟ ଆମ ଅନୁଷ୍ଠାନ କୁ ନିଜ କବ୍ଜାରେ ରଖିଛନ୍ତି ।

ଏମାନଙ୍କ ଯୋଗୁଁ ଆମ ଅନୁଷ୍ଠାନ ଦୁର୍ବଳ ହେବାରେ ଲାଗିଛି । ମାଓବାଦୀ ମାନେ କେବଳ ଆମର ଅନୁଷ୍ଠାନ ଚଳାଉ ନାହାଁନ୍ତି ସେ ମାନେ ଆମ୍ଭର ଝିଅ ବୋହୁଙ୍କର ଇଜ୍ଜତ ସହ ମଧ୍ୟ ଖେଳୁଛନ୍ତି ଗତ କିଛି ବର୍ଷ ମଧ୍ୟରେ ଆମର ଅଞ୍ଚଳ କିଛି ନାବାଳିକା ଝିଅ ମାନଙ୍କୁ ତାଙ୍କ ଦଳରେ ସାମିଲ କରାଇ ସେମାନଙ୍କୁ ନାନା ପ୍ରକାର ଯୋୖନ ଅତ୍ୟାଚାର ଦିଆଯାଇଛି । ସେମାନଙ୍କ ଗର୍ଭ ନଷ୍ଟ କରିବା ପାଇଁ ବିଭିନ୍ନ ଔଷଧ ଏବଂ ଅପ୍ରାକୃତିକ ଉପାୟ କରୁଛନ୍ତି । ଯାହା କି ଝିଅ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଦେଖାଯାଉଛି । ମାଓବାଦୀଙ୍କ ପାଖରେ ସାମିଲ ଥିବା ଡଙ୍ଗରିଆ ଝିଅ ଯଥା ଛତିଶଗଡ଼ ଅଞ୍ଚଳ ର ଲକ୍ଷ୍ମୀ ନାମକ କ୍ୟାଡ଼ର ଗର୍ଭବତୀ ହେବାପରେ ଛାଡ଼ିଦେଇଲେ । ଏବେ ଲକ୍ଷ୍ମୀଙ୍କର ୧୩ ବର୍ଷ ର ଝିଅ ପାର ସିକକା ଅନତା ବାଭରେ ଲାଖପଦର ରହୁଛି ।

ସେହିପରି ମିଞ୍ଜାଳି ସିକକା ଏବଂ ପଦ୍ମା ସିକକା ୬ ମାସ ର ଗର୍ଭବତୀ ଅଛନ୍ତି । ମାଓବାଦୀ ଦଲରୁ ଥଡାଖାଇ ଗାଁ ଗାଁ ବୁଲି ମାଗି ଖାଇ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି । ସଭ୍ୟ ସଙ୍ଘଠନ ନେତୃତ୍ୱ ନେଉଥିବା ଲିଙ୍ଗରାଜ ଆଜାଦ ଓ ଅନ୍ୟମାନେ ମାଓବାଦୀ କୁ ପ୍ରଶ୍ରୟ ଦେଉଛନ୍ତି । ନିୟମଗିରି ନେତା ଲଦ ସିକକା, ଡ୍ରିଞ୍ଜୁ କୃଷିକା, ସମ୍ବୁରୁ ସିକକା ଡଙ୍ଗରିଆ ନେତାମାନେ ମାଓବାଦୀ ମାନଙ୍କୁ ନିୟମଗିରିରେ ରହିବାକୁ ମନା କରିବେ କି ? ଆମେ ମାନବାଧିକାର ଅନୁଷ୍ଠାନ କୁ ମଧ୍ୟ ଅନୁରୋଧ କରୁଛୁ ଡଙ୍ଗରିଆ ଜନଜାତି କୁ ରକ୍ଷା କରିବା ପାଇଁ ଏହି ଧ୍ୱଂସକାରୀ ମାଓବାଦୀ ଦଳକୁ ଅଞ୍ଚଳରେ ପ୍ରବେଶ କରିବାକୁ ମନାକରୁଛୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।