ସିପିଆଇ ର ୦୩ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

0
175
ସିପିଆଇ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୮/୦୮) : ବୌଦ୍ଧ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଆଜି ୦୩ୟ ଜିଲ୍ଲା ସମ୍ମିଳନୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ବୟୋଜ୍ୟେଷ୍ଠ ସିପିଆଇ ନେତା ସାଥି ଭୀମସେନ ଘିବିଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 28 at 6.35.16 PM ସିପିଆଇ ର ୦୩ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ପ୍ରାରମ୍ଭରେ ଜିଲ୍ଲା ସହ ସମ୍ପାଦକ ନେତ୍ରାନନ୍ଦ କହଁର ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପାର୍ଟି ର ଲଢୁଆ ପତାକାକୁ ଉତ୍ତୋଳନ କରିଥିଲେ । ଉଦଘାଟକ ଭାବେ ଏ ଆଇ ଓ୍ବାଇ ଏଫ ର ଜାତୀୟ ଉପସଭାପତି ଅବକାଶ ସାହୁ ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଆଗାମୀ ୦୩ ବର୍ଷ ପାଇଁ ଏକ ୧୯ ଜଣିଆ ଜିଲ୍ଲା ପରିଷଦ ଗଠନ ସହ ଏହାର ସମ୍ପାଦକ ଭାବେ କ. ଭୀମସେନ ଘିବିଲା ଓ ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ସାହୁ ଓ ନେତ୍ରାନନ୍ଦ କହଁର ନିର୍ବାଚିତ ହୋଇଥିଲେ ।