ମହା ମୁକାବିଲା : ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

0
131
ମହା ମୁକାବିଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୯) : ଆଜି ପୁଣି ମହା ମୁକାବିଲା । ସୁପର ସଣ୍ଡେରେ ଦେଖିବାକୁ ମିଳିବ ପୁଣି ଏକ ହାଇ ଭୋଲଟେଜ ମ୍ୟାଚ୍ । ଏସିଆ କପ ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ମାତ୍ର ୮ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏଥିପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ଆଜି ପୁଣି ମହା ମୁକାବିଲା । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ । ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି । ସେପଟେ ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି ।

ସେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପରୁ ବି ବାଦ ପଡିବାର ଆଶଙ୍କା ରହିଛି । ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତା ର କାରଣ ପାଲଟିଛି । ଦ୍ରୁତ ବୋଲର ଶାହନାୱାଜ ଦହାନୀ ଦଳରୁ ବାଦ ପଡିଛନ୍ତି । ପୂର୍ବରୁ ଆହତ କାରଣରୁ ସାହିନ୍ ଅଫ୍ରିଦି ଓ ମହମ୍ମଦ ୱାସିମ୍ ଦଳରୁ ବାଦ ପଡିଛନ୍ତି ।

ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍ ପରାଜୟ ର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ । ଭାରତ, ପାକିସ୍ତାନ ସହ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ଫୋରକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ୧୧ ତାରିଖରେ ଏସିଆ କପ୍‌ ର ଫାଇନାଲ ମ୍ୟାଚ ଖେଳାଯିବ ।