ଦୁଷ୍କର୍ମ ପରେ ହତ୍ୟା ! ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

0
127
ଦୁଷ୍କର୍ମ ପରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାଞ୍ଚି, (୦୪/୦୯) : ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଝାଡଖଣ୍ଡ ର ଦୁମ୍‌କାରେ ଅଙ୍କିତା ମାମଲା ଶାନ୍ତ ପଡିନଥିବା ବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଆଦିବାସୀ ନାବାଳିକା ର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।

ଦୁଷ୍କର୍ମ ପରେ ହତ୍ୟା ! ମୃତ ନାବାଳିକା ର ବୟସ ୧୪ ବର୍ଷ ଓ ଚାରି ମାସ ର ଗର୍ଭବତୀ ଥିବା ଜଣାପଡିଛି । ଦୁମକା ସହର ନିକଟସ୍ଥ ଶ୍ରୀ ଅମଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସକାଳୁ କିଛି ଲୋକ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କର ନଜର ଗଛରେ ଝୁଲୁଥିବା ଜଣେ ଝିଅ ର ମୃତଦେହ ଉପରେ ପଡିଥିଲା । ଏ ନେଇ ତୁରନ୍ତ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ୟୁନିର୍ଭସିଟି ଥାନା ପ୍ରଭାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ନାବାଳିକା ର ମୃତଦେହ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ରଙ୍ଗଲିଆର କୋଚିଅ ଡଗାଲରେ ରହୁଥିବା ନାବାଳିକା ଦୁମକାର ଜାମା ସ୍ଥିତ ନିଜ ମାଉସୀଙ୍କ ଘରେ କାମ କରୁଥିଲା । ଏହି ସମୟରେ ଅରମାନ ଅଂସାରୀ ନାମକ ଜଣେ ମୁସଲିମ ଯୁବକ ତାକୁ ପ୍ରେମ ଜାଲରେ ଫସାଇଥିଲା ଏବଂ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ନାବାଳିକା ବିବାହ ପାଇଁ ଚାପ ପକାଇବାରୁ ନାବାଳିକାକୁ ହତ୍ୟା କରାଯାଇଥିବା କୁହାଯାଉଛି ।

ମୁଫସିଲ ଥାନା ପୁଲିସ ଏହି ମାମଲାରେ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟ ଆଧାରରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଅରମାନକୁ ଗିରଫ କରିଛି । ଡିଆଇଜି ସୁଦର୍ଶନ ମଣ୍ଡଲ କହିଛନ୍ତି, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ସେପଟେ ଝାଡଖଣ୍ଡରେ ୧୦ ଦିନ ଭିତରେ ଆଉ ଜଣେ ଝିଅ ହତ୍ୟା କରିବା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି । ଏହି ମାମଲାକୁ ନେଇ ବିଜେପିର ଜାତୀୟ ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲଭିଆ ଏବଂ ପୂର୍ବତନ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତ୍ରି ଲୁଇସ୍‌ ମାରାଣ୍ଡି ରାଜ୍ୟ ର ହେମନ୍ତ ସୋରେନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଦୁମ୍‌କାରେ କ’ଣ ଚାଲିଛି ? ପୁଣି ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇଛି । ଝାଡଖଣ୍ଡ ସରକାର କେଉଁଠି ଶୋଇଛନ୍ତି ବୋଲି ଲୁଇସ୍‌ ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି ।