କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌ ପ୍ରସ୍ତୁତ କରିବା ଜାଣନ୍ତୁ

0
133
କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌

ଉପସ୍ଥାପନା : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୯) : ନିଜ ଘରେ ଚିକେନ୍‌ ତିଆରି କରି ଖାଇବା କାହାକୁ ବା ଭଲ ନ ଲାଗେ । ଆଜି ଆମେ ପ୍ରସ୍ତୁତ କରୁଅଛୁ କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌ ତିଆରି କରିବାର ସହଜ ପ୍ରଣାଳୀ ।

କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଲା :- ଦହି ଓ ଲୁଣ ମିଶା ମ୍ୟାରିନେଟ୍‌ ଚିକେନ୍‌, କୋକୋ ପାଉଡର୍‌, ତେଲ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଟମାଟୋ ସସ୍‌, ସୋୟା ସସ୍‌, ରସୁଣ କଟା, ମିଓନିଜ୍‌, କର୍ଣ୍ଣଫ୍ଲୋର ପାଉଡର୍‌ ଓ ମଇଦା ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ସେଥିରେ ଦହି ଓ ଲୁଣ ଗୋଳାଇ ୪ ରୁ ୫ ଘଣ୍ଟା ମ୍ୟାରିନେଟ୍‌ କରି ରଖନ୍ତୁ । ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌ରେ ଅଦା ରସୁଣ ବଟା, ତେଲ ଓ ଲଙ୍କାଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାପରେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, କୋକୋ ପାଉଡର୍‌, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ମିଶାଇ ଭଲଭାବେ ଗୋଳାନ୍ତୁ । ଏବେ ଗ୍ୟାସ୍‌ ଲଗାଇ ମସଲା ଗୋଳା ଚିକେନ୍‌କୁ କୋକୋ ପାଉଡର୍‌ ମିଶ୍ରଣରେ ବୁଡ଼ାଇ ଛାଣନ୍ତୁ । ଏହା ଟିକେ ଲାଲ ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।

ପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ କଟା ରସୁଣ, ଟମୋଟୋ ସସ୍‌, ମିଓନିଜ୍‌, ସୋୟା ସସ୍‌, କୋକୋ ପାଉଡର୍‌, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ । କୋକୋ ସସ୍‌ ପ୍ରସ୍ତୁତ ହୋଇଯିବା ପରେ ଛାଣି ରଖିଥିବା ଚିକେନ୍‌ରେ ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌ ।