ଦିନିକିଆ ରାୟଗଡ଼ା ଗସ୍ତରେ ଓଡ଼ିଶା ନ୍ୟୁଜ-୨୪ ସମ୍ପାଦକ

0
363
ଦିନିକିଆ ରାୟଗଡ଼ା ଗସ୍ତରେ

ରିପୋର୍ଟ : ଗୋପୀନାଥ ଗୌଡ଼ //
ଗୁଣୁପୁର, (୦୯/୦୯) : ଦିନିକିଆ ରାୟଗଡ଼ା ଗସ୍ତରେ ଆସିଥିଲେ ଓଡ଼ିଶା ନ୍ୟୁଜ-୨୪ ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ଭୋଇ

f3464269 d58d 4587 97ed 795c8f0e476b ଦିନିକିଆ ରାୟଗଡ଼ା ଗସ୍ତରେ ଓଡ଼ିଶା ନ୍ୟୁଜ-୨୪ ସମ୍ପାଦକ

ଶ୍ରୀଯୁକ୍ତ ଭୋଇଙ୍କ ଦିନିକିଆ ରାୟଗଡ଼ା ଗସ୍ତରେ ଗୁଣୁପୁର ସହର ର ପୂର୍ତ୍ତ ବଙ୍ଗଳା ଠାରେ ଓଡ଼ିଶା ନ୍ୟୁଜ-୨୪ ରାୟଗଡ଼ା ସାମ୍ବାଦିକଙ୍କର ଏକ ବୈଠକ ଆୟୋଜନ କରାଯାଇଥିଲା । ଶ୍ରୀଯୁକ୍ତ ଭୋଇ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡ଼ାରେ ଓଡ଼ିଶା ନ୍ୟୁଜ-୨୪ ର ସମସ୍ତ ସାମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ । ସେ ସର୍ବପ୍ରଥମେ ଓଡ଼ିଶା ନ୍ୟୁଜ-୨୪ ନିଜ ନାମକୁ ସାର୍ଥକ କରିବା ଭଳି କର୍ତ୍ତବ୍ୟନିଷ୍ଠ ଓ ଜନସାଧାରଣଙ୍କ ସେବାରେ ସଦା ସର୍ବଦା ସଚେତନ ହୋଇ ରହିବା ପାଇଁ ଆହ୍ୱାନ ଦେଇଥିଲେ । ସାଧାରଣ ଜନତାଙ୍କ ସମସ୍ୟାକୁ କିଭଳି ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ଓ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ଓଡ଼ିଶା ନ୍ୟୁଜ-୨୪ ଏକ ସୁଗମ ସେତୁ ଭଳି କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ନ୍ୟୁଜ-୨୪ ଯେ କେବଳ ଏକ ଖବର ପ୍ରଚାର ପ୍ରସାର ପାଇଁ ମାଧ୍ୟମ ନୁହେଁ ବରଂ ସମାଜ ପାଇଁ ମଧ୍ୟ କିଛି ନା କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ।d84cc6b9 2570 4d8c b722 5115d3763018 ଦିନିକିଆ ରାୟଗଡ଼ା ଗସ୍ତରେ ଓଡ଼ିଶା ନ୍ୟୁଜ-୨୪ ସମ୍ପାଦକ

ଆମ ସମାଜରେ ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବହୁତ ଗୁଡ଼ାଏ ଲୋକହିତକର ଯୋଜନା ବିଷୟରେ ଅବଗତ ନ ଥାନ୍ତି ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧାରୁ ବଞ୍ଚିତ ରହିଥାନ୍ତି । ସେହିପରି ସ୍ଥଳରେ ସମ୍ୱାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ସମସ୍ତ ବ୍ୟକ୍ତିଗତ ବାଦବିବାଦରୁ ଉର୍ଦ୍ଧ୍ୱରେ ରହି ନିର୍ଭୀକ ଭାବରେ କେବଳ ଲୋକ ହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସାମ୍ବାଦିକ ମାନଙ୍କୁ ସେ ପ୍ରେରିତ କରିଥିଲେ । ଓଡ଼ିଶା ନ୍ୟୁଜ-୨୪ ସାମ୍ବାଦିକଙ୍କ ମଙ୍ଗଳ ନିମିତ୍ତ ସେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ମଧ୍ୟ୍ୟ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ରାୟଗଡ଼ା ଜିଲ୍ଲା ର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ଗୁଣୁପୁର ଯୁବ ସାମ୍ବାଦିକ ବିରଞ୍ଚି କୁମାର ଶତପଥି ଏହି ବୈଠକ ର ସମସ୍ତ ଆୟୋଜନ କରିଥିଲେ । ଦାକ୍ଷିଣାତ୍ୟ ମୁଖ୍ୟ ଗୋପୀନାଥ ଗୌଡ଼ ବୈଠକରେ ଉପସ୍ଥିତ ରହି ଜିଲ୍ଲା ର ସମସ୍ତ ସାମ୍ବାଦିକଙ୍କ ସମସ୍ୟା ତଥା ଓଡ଼ିଶା ନ୍ୟୁଜ-୨୪ ଆଗକୁ କିଭଳି ଆହୁରି ଲୋକ ସମ୍ପର୍କରେ ଆସିପାରିବ ଏବଂ ଜନସାଧାରଣଙ୍କ ପ୍ରଶଂସା ସାଉଁଟିବ ସେଥିପ୍ରତି ନିଜ ମତାମତ ଉପସ୍ଥାପନା କରିଥିଲେ । ଆଗକୁ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ୍ ଏହିଭଳି ଓଡ଼ିଶା ନ୍ୟୁଜ-୨୪ ର ସାମ୍ବାଦିକ ମାନଙ୍କୁ ନେଇ ବୈଠକ ଆୟୋଜନ କରାଯିବାର ପ୍ରତିଶୃତି ଦେଇଛନ୍ତି ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ଭୋଇ ।