-5.7 C
Innichen
Friday, December 2, 2022

କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟରେ “ଫୁଲଝରି” କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୯) : କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି” ଏକ ଅନ୍ତଃ ପ୍ରତିଭା ର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ।

ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଆଞ୍ଚଳିକ ସାଧନା କେନ୍ଦ୍ର ରାମଗଡ ର ସଂଯୋଜକ (CRCC) ସୁବାଷ ଚନ୍ଦ୍ର ବିଶି ଙ୍କ ତତ୍ତ୍ୱାବଧାନରେ ଆଜି ରାମଗଡ ପଞ୍ଚାୟତ କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା । ସ୍କୁଲ ର କୁନିକୁନି ଛାତ୍ରଛାତ୍ରୀ ମାନେ ନାଚ, ଗୀତ ମାଧ୍ୟମରେ ନିଜ ନିଜର ଅନ୍ତଃ ନିହିତ ପ୍ରତିଭାକୁ ଏହି କାର୍ଯ୍ୟକ୍ରମ ଦେଖାଇଥିଲେ । ସମସ୍ତକଙ୍କ ଉପସ୍ଥିତରେ ପ୍ରତିଭା ବାନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାଘବ ବେହେରା, ସହକାରୀ ଶିକ୍ଷକ, ସ୍କୁଲ ଅଭିଭାବକ କମିଟି ସଭାପତି ଓ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles