ଦୈନିକ ବଜାର ଓ ବ୍ରାହ୍ମଣ ସାହି ଦେଇ ବାଲି ଶଗଡ଼ ପରିବହନ : ଟ୍ରାଫିକରେ ଅନ୍ତରାୟ

0
107
ଦୈନିକ ବଜାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୯) : କାଶୀନଗର ଦୈନିକ ବଜାର ଓ ବ୍ରାହ୍ମଣ ସାହି ଦେଇ ପ୍ରତ୍ୟେକ ଦିନ ଶହ ଶହ ଟ୍ରାକ୍ଟର ଚକ ଲଗା ଶଗଡ଼ ବାଲି ପରିବହନ କରୁଛନ୍ତି, ଯାହାଦ୍ୱାରା ଟ୍ରାଫିକରେ ଅନ୍ତରାୟ ସୃଷ୍ଟି ହେଉଛି ।

ପ୍ରକାଶ ଥାଉକି ଗତ କରୋନା ଜଳରୁ ଭିଡ଼ ନିୟନ୍ତ୍ରଣ ପାଇଁ ପୌର କର୍ତ୍ତୃପକ୍ଷ ବଂଶଧାରା ନଦୀ ପଠାରେ ଦୈନିକ ବଜାର ଆରମ୍ଭ କଲେ । ଚାଷୀ, ରୟିତ, ବେପାରୀ, ବେପାରୀଙ୍କ ମୋଟର ସାଇକେଲ, ଅଟୋ ସବୁ ବସଷ୍ଟାଣ୍ଡ ରୁ ବ୍ରାହ୍ମଣ ସାହି ଦେଇ ବଜାର କୁ ଯାଆ ଆସ କରୁଛନ୍ତି । ଯାହାଫଳରେ ସାହିରେ କୋଳାହଳ ସୃଷ୍ଟି ହେଉଛି । ସାହିରେ ପିଲାଏ ପାଠ ପଢି ପାରୁନାହାଁନ୍ତି ।

ଏତଦ ବ୍ୟତୀତ ଶଗଡ଼ ଗୁଡିକ ରାତି ଦୁଇଟା ରୁ ବାଲି ପରିବହନ କରୁଛନ୍ତି, ସକାଳ ୧୦ ଟା ଯାଏଁ ଏହି ପରିବହନ ଚାଲେ ଯାହାଫଳରେ ସାଇକେଲରେ ଯିବା ପିଲା, ସରକାରୀ କର୍ମଚାରୀ ଗାଡି ଘୋଡା ନେଇ ବାହାରିବାକୁ ଉଚିତ ମନେ କରୁନାହାଁନ୍ତି । ଏଣୁ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।