ଚୋରା ମୋବାଇଲ୍‌ ବିକୁଥିଲେ : ମାଡ଼ି ବସିଲା ପୁଲିସ

0
110
ଚୋରା ମୋବାଇଲ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୯) : ବେଧଡକ ଚାଲିଥିବା ଚୋରା ମୋବାଇଲ୍‌ କାରବାର । ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌ । ଶେଷରେ ମାଡି ବସିଲା ପୁଲିସ ।

ମହାରାଷ୍ଟ୍ରରୁ ଆସି ଚୌଦ୍ୱାର ଅଗ୍ରାହାଟ ପଞ୍ଚାୟତ ତାରିଣୀ ମନ୍ଦିର ପାଖରେ ରହୁଥିବା ୩ ଜଣଙ୍କୁ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରା ମୋବାଇଲ୍‌ ଆଣି ବିକ୍ରି କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫୮ ଟି ନକଲି ମୋବାଇଲ ଫୋନ୍ ଓ ୫ ଟି ବାଇକ ଜବତ ହୋଇଛି । କିଛିଦିନ ହେବ ଆଗ୍ରାହାଟରେ ତମ୍ବୁ ପକାଇ ରହୁଥିବା ତିନିଟି ପରିବାର ଉପରେ ଲୋକଙ୍କ ସନ୍ଦେହ ହୋଇଥିଲା ।

ସେମାନେ ଖୁବ୍ କମ ମୂଲ୍ୟରେ ଚାଇନା ମୋବାଇଲ ବିକ୍ରି କରୁଥିଲେ । ଏପରିକି ମୋବାଇଲ ସହିତ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଦେଉଥିଲେ । ହେଲେ ପରେ ଏସବୁ ନକଲି ଗ୍ୟାରେଣ୍ଟି କାର୍ଡ ଥିବା ଜଣାପଡ଼ିଥିଲା । ଖବର ପାଇ ଚୌଦ୍ୱାର ପୁଲିସ ସେମାନଙ୍କ ତମ୍ବୁ ଉପରେ ଆଜି ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ଚାଇନା ମୋବାଇଲ୍ ସବୁ ମୁମ୍ବାଇର ଫୁଟପାଥରୁ ଆଣି ଏଠାରେ ବିକ୍ରି କରୁଥିବା ପୁଲିସ କହିଛି ।