ବର୍ଷା ଦିନେ ଜଳ ଶଙ୍କଟ : ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

0
109
ବର୍ଷା ଦିନେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୦୯) : ବର୍ଷା ଦିନେ ଜଳ ଶଙ୍କଟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଞ୍ଚାୟତ ର ଅନ୍ତର୍ଗତ ଝାଡ୍ରାଜିଂଗ୍ ଗ୍ରାମ ର ୨ ନମ୍ବର ୱାର୍ଡ ରେ ଆଜକୁ ପ୍ରାୟ ତିନି ମାସରୁ ଅଧିକ ହେବ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି ।

ଗ୍ରାମ ର ପ୍ରାୟ ଦୁଇ ଶହ ପରିବାର ବର୍ଷା ଦିନେ ଆଜକୁ ପ୍ରାୟ ୩ ମାସ ହେବ ବହୁ କଷ୍ଟରେ ଚଳୁଛନ୍ତି । ଏହି ୨୦୦ ପରିବାର ବ୍ଲକ ଅଫିସ ର ପାର୍ଶ୍ୱବର୍ତ୍ତୀ ଥାଇ ବ୍ଲକ ପ୍ରଶାସନ କୁ ସମସ୍ୟା ଦେଖାଯାଉନି ଏଥିରୁ ଅନୁମେୟ ବ୍ଲକ ର ଦୁର୍ଗମ ଅଞ୍ଚଳରେ କେତେ ଜଳ ର ସମସ୍ୟା ଥିବ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଜଳ ସମସ୍ୟା କୁ ପଞ୍ଚାୟତ ସ୍ତରରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବହୁବାର ଅଭିଯୋଗ କଲେବି କେହି ବି ସେମାନଙ୍କ ସମସ୍ୟା କୁ ଆଖି ପକାଇ ନାହାଁନ୍ତି ।

ତେଣୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ନିଜ ଗ୍ରାମ ନିକଟରେ ଥିବା ସରକାରଙ୍କ ପାନୀୟ ଜଳ ଯୋଗାଣ ଟାଙ୍କି ର ଗେଟକୁ ତାଲା ପକାଇ ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଉପରେ ସରକାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଳ ଯୋଗାଣ ପାଇପ ମରାମତି ସହିତ ସବୁଦିନ ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମବାସୀ ସହିତ ୱାର୍ଡ ର ୱାର୍ଡ ମେମ୍ବର ଅନୁରୋଧ କରିଛନ୍ତି ।