ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
138
ପୋଲିସ ଏବଂ ପ୍ରଶାସନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୯) : ଆଜି ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ ପାଇଁ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଖାଦ୍ୟ, ସ୍ୱାସ୍ଥ୍ୟ, ଶିଶୁ ଶ୍ରମିକ, ଦାଦନ ଶ୍ରମିକ, ବେସାମରିକ ଯୋଗାଣ ଏବଂ ମତ୍ସ୍ୟ ବିଭାଗ ର ବିଭିନ୍ନ କ୍ଷେତ୍ର ଚଢାଉ ପାଇଁ ୫ ଟି ଟିମ ଗଠନ କରାଯାଇଥିଲା । ଉପଜିଲ୍ଲାପାଳ ସମସ୍ତ ଚଢାଉ ଟିମ୍ ର ମୁଖ୍ୟ ଭାବରେ ନେତୃତ୍ୱ ନେବେ । ଖାଦ୍ୟ ସୁରକ୍ଷା ମେଜିକ୍ ବକ୍ସ ସମସ୍ତ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ୱାବଧାନରେ ଯୋଗାଇ ଦିଆଯିବ । ଖାଦ୍ୟ ସୁରକ୍ଷା ଅଧିକାରୀ ଆସନ୍ତା ୭ ଦିନ ମଧ୍ୟ ଟାଉନହଲ ଠାରେ ଆଇ.ଇ.ସି. ମାଧ୍ୟରେ ତାଲିମ ପ୍ରଦାନ କରି ସଚେତନ କରିବେ । କ୍ୱାକ୍‌, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ହୋଟେଲ, ମେଡିସିନ ଷ୍ଟୋର, ବିଭିନ୍ନ ପାଥୋ କ୍ଳିନିକ, ଅଲଟ୍ରାସାଉଣ୍ଡ ମେସିନ ଆଦି ଉପରେ ଚଢାଉ କରି ମାନ ଓ କାର୍ଯ୍ୟକାରୀତା ଯାଞ୍ଚ କରିବେ । ଏହି ଟିମ୍‌ରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ଜିଲ୍ଲା ସାରା ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡ୍ରଗ ଇନିସପେକ୍ଟର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣ ପ୍ରସାଦ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ମତ୍ସ୍ୟ ବିଭାଗ ଅଧିକାରୀ କନ୍ୟାକୁମାରୀ ସାହୁ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।