କଟକ ବଡ଼ ମେଡିକାଲରେ ଚାଲିଛି ମଦପିଆ !

0
119
କଟକ ବଡ଼ ମେଡିକାଲରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୯/୦୯) : କଟକ ବଡ଼ ମେଡିକାଲରେ ଚାଲିଛି ମଦପିଆ ! ଉପରେ ଚାଲିଛି ବିଲିଂ କାଉଣ୍ଟର ଆଉ ତଳେ ବସି ପିଉଛନ୍ତି ମଦ । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି କଟକ ବଡ ମେଡିକାଲରୁ ।

କଟକ ବଡ଼ ମେଡିକାଲରେ କର୍ମଚାରୀ ମଦ ପିଉଥିବା ଅଭିଯୋଗ ହୋଇଛି । ଏସ୍‌ସିବି ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ମଦ ପିଇବାରେ ଜଣେ କର୍ମଚାରୀ ବ୍ୟସ୍ତ ଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଟିକେଟ୍ କାଉଣ୍ଟର ଭିତରେ ବସି କର୍ମଚାରୀ ମଦ ପିଉଥିବା ଏହି ଭିଡିଓଟି କଟକ ବଡ ମେଡ଼ିକାଲ ର କ୍ୟାଜୁଆଲଟି ର ବୋଲି କୁହାଯାଉଛି । ତେବେ ଏହା କେବେକାର ଭିଡିଓ ତାହା ଜଣାପଡି ନାହିଁ ।

ପୂର୍ବରୁ ବହୁବାର ମେଡିକାଲ କ୍ୟାଜୁଆଲଟିରେ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ମେଡିକାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ପଦକ୍ଷେପ ନେଇଥିଲେ । ପୁଣି ଥରେ ଏଭଳି ଏକ ସାଘାଂତିକ ଭିଡିଓ ସାମ୍ନାକୁ ଆସିବା ପରେ ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓ ର ଯାଞ୍ଚ ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ପ୍ରଶାସନିକ ଅଧିକାରୀ କହିଛନ୍ତି ।