ଗ୍ରାମ୍ୟ ଜଙ୍ଗଳ ଓ ଗୋଚର ଜମି ଠିକାରେ ଲାଗିବା ପ୍ରସଙ୍ଗ : ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

0
196
ଗ୍ରାମ୍ୟ ଜଙ୍ଗଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୯) : ଥରେ ନୁହେଁ କି ଦୁଇଥର ନୁହେଁ ଲିଖିତ ଭାବରେ ୩ ଥର ହେଲା କର୍ତ୍ତଙ୍ଗ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ଦାବି କରି ଆସୁଥିଲେ ମଧ୍ୟ ଗ୍ରାମ୍ୟ ଜଙ୍ଗଳ ଓ ଗୋଚର ଜମି ଠିକାରେ ଲାଗିବା ସମସ୍ୟା ସମାଧାନ ନହେବାରୁ ପୁନର୍ବାର ଆଜିଠାରୁ ଗ୍ରାମବାସୀ ଦାବୀ ପୂରଣ ନେଇ ସ୍ଥାନୀୟ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ ।

ସୂଚନା ଯୋଗ୍ୟ ଯେ ସେମାନଙ୍କ କହିବା ଅନୁଯାୟୀ ଗ୍ରାମ୍ୟ ଜଙ୍ଗଳ ଓ ଗୋଚର ଜମିକୁ ସେଲେଡି ରାଜସ୍ୱ ନିରୀକ୍ଷକ ଓ ସ୍ଥାନୀୟ, ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ ଚାଷ କରି ବିପୁଳ ମାତ୍ରାରେ ଟଙ୍କା ଆଦାୟ କରି ଆସୁଛନ୍ତି । ଯାହାକି ଗ୍ରାମ ର ଗାଈ ଗୋରୁ ଚରାଇବା ଓ ଖାଦ୍ୟ ଅନ୍ଵେଷଣରେ ଗୋପାଳକ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ଜବରଦଖଲ ହୋଇଥିବା ଜମି ର ତଦନ୍ତ ପୂର୍ବକ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଉଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପ୍ରତି ଘଣ୍ଟ ଘୋଡାଉ ଥିବାରୁ କର୍ତ୍ତଙ୍ଗ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ କୁ ଆସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହିତ କାର୍ଯ୍ୟାଳୟ କୁ ବନ୍ଦ କରି କାର୍ଯ୍ୟ ଠପ କରି ଦେଇଥିଲେ ।

ସକାଳ ୧୦ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା । ଖବର ପାଇ ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ତଦନ୍ତ କରାଯିବ ଏବଂ ଦୋଷୀ ମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।