-5.7 C
Innichen
Thursday, September 29, 2022

ମହୁମାଛି ଆକ୍ରମଣରେ ୪ ଆହତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୨/୯) : ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକ ରୁ ଚରଦା ଯିବା ରାସ୍ତା ର ଚରଦା ଚୌକି ଜୋରରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

ମହୁମାଛି ଆକ୍ରମଣରେ ଆହତ ମାନେ ହେଲେ ଶଙ୍କରା ଗ୍ରାମ ର ରମେଶ ବାଗ, ବସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା ଏବଂ ଚରଦା ର ମହେନ୍ଦ୍ର ଥାନାପତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଚରଦା ବ୍ରିଜ ର ଏକ ଗଛରେ ମହୁମାଛି ବସାବାନ୍ଧି ରହୁଥିଲେ । ହଠାତ ଆଜି ବସା ଭୁସୁଡ଼ି ପଡିବାରୁ ହଜାର ହଜାର ମହୁମାଛି । ରାସ୍ତା ଉପରକୁ ଉଡିଆସି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଶଙ୍କରା ଗ୍ରାମ ର ରମେଶ ବାଗ ଗୁରୁତର ଭାବେ ଆକ୍ରାନ୍ତ ହୋଇଛନ୍ତି । ସେ ବିନିକା ଡାକ୍ତରଖାନାରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସାଧିନ ଥିବାବେଳେ ଅନ୍ୟ ଆହତ ମାନେ ଚିକିତ୍ସିତ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି ।

Related Articles

Stay Connected

0FansLike
3,505FollowersFollow
20,100SubscribersSubscribe
- Advertisement -spot_img

Latest Articles