-5.7 C
Innichen
Friday, December 2, 2022

ବଲାଙ୍ଗୀର ଜିଲ୍ଲାର ତୁରେକେଲା ଜଙ୍ଗଲ ନିକଟରେ ବାର୍ହା ଆକ୍ରମଣରେ ଜଣେ ଆହତ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,କଣ୍ଟାବାଞ୍ଜି,ତା(୧୨/୦୮) : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା,ଭାଲୁ,ହାତୀ, ବିଲୁଆ,ଚିତାବାଘ,ବାରାହ ଆଦି ଦେଖିବାକୁ ମିଳନ୍ତି । ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ ମଟରସାଇକଲ ଯୋଗେ କଣ୍ଟାବାଞ୍ଜିକୁ ଅଫିସ କାର୍ଯ୍ୟ ପାଇଁ ନିଜ ବାଇକରେ ଯାଉଥିବା ବେଳେ ହଠାତ ଏକ ବାରହା ପଲ ରାସ୍ତା ମଝିକୁ ଚାଲିଆସିଥିଲେ ।

ବଲାଙ୍ଗୀର ଜିଲ୍ଲାର ତୁରେକେଲା ଜଙ୍ଗଲ ନିକଟରେ ଉକ୍ତ ବାର୍ହା ପଲ ହଠାତ ଆସିଯିବାରୁ ଗାଡି ଧକ୍କା ମାରିବାରୁ ଗାଡି ରୁ ପଡି ଗୁରୁତର ହୋଇଯାଇଥିଲେ । ପେଟ୍ରୋଲ ପମ୍ପ ପାଖାପାଖି ହଠାତ ବାରାହପଲ ରାସ୍ତା ପାର ହେବାବେଳେ ମଟରସାଇକେଲରେ ପିଟିହେବା ଫଳରେ ବ୍ୟକ୍ତି ଜଣକ ତଳେ ପଡି ଯାଇଥିଲେ । ତାଙ୍କ ଶରୀରର ବିଭିନ୍ନ ଯାଗା କ୍ଷତାକ୍ତ ହେବା ସହିତ ରକ୍ତ ଝରୁଥିଲା । ସେହି ସମୟରେ କଣ୍ଟାବାଞ୍ଜିରୁ ତୁରେକେଲାକୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ପହଞ୍ଚି ଆହତ ବ୍ୟକ୍ତିଜଣକୁ କାରଯୋଗେ ତୁରେକେଲା ଡାକ୍ତରଖାନାକୁ ପହଞ୍ଚେଇଥିଲେ ।

ପରେ ଶ୍ରୀ ଦାଶ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି ଙ୍କୁ ଫୋନଯୋଗେ ଯୋଗା,ଯୋଗ କରିଥିଲେ । ଏଥିରେ ମେଡିକାଲ ଅଫିସର ସ୍ୱାଗତ ଖମାରୀ,ଡାକ୍ତର ମେହେର, ସମାଜସେବୀ ଆଶିଷ ଜୈନ ଆଦି ସହଯୋଗ କରିଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles