ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ

0
156
ଅଖିଲ ଭାରତ ଗ୍ରାମୀଣ

ରିପୋର୍ଟ : ଲୋକନାଥ ସାହୁ //
ଗୁଡ଼ାରୀ, (୩୦/୦୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଆଇରାଲା ତରଫରୁ ଗୁଡାରୀ ଶିରିଗୁଡ଼ା ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଝିଲିମିଲି ଛକ ଓ କଲେଜ ଛକ ଦେଇ ଗୁଡାରୀ ନୁଆଁ ବସଷ୍ଟଣ୍ଡ ଠାରେ ପହଞ୍ଚି ପତକା ଉତ୍ତୋଳନ କରିବା ପରେ (AIARLA) ର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଆଇରାଲା କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ ବକ୍ତବ୍ୟ ମାଧ୍ୟମରେ ବୁଝେଇଥିଲେ । ତତ୍ ସାଙ୍ଗକୁ ୨୦୨୨ ନଭେମ୍ବର୍ ମାସରେ କଲିକତା ର ହୁଗୁଳି ନିକଟ ଚନ୍ଦନ ନଗର ଠାରେ ୧୪ ଓ ୧୫ ଦୁଇ ଦିନ ଧରି ସର୍ବ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ଏଣୁ ସଫଳ କରିବା ପାଇଁ ଆହ୍ୱାନ ଦେବା ସହ ୨୫ ଜଣଙ୍କୁ ନେଇ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା । ସଭାପତି- ସମ୍ବରା ଶବର, ସମ୍ପାଦକ ଯୋହନ କ୍ରେପୁଟିକାଙ୍କ ନେତୃତ୍ୱରେ ହୋଇଥିଲା । ଦାବି ସମୂହ ଗୁଡ଼ିକ ପ୍ରଥମତଃ ସମସ୍ତ କ୍ଷେତ ମୁଲିଆମାନଙ୍କୁ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ ଯୋଗାଇ ଦିଆଯାଉ । ଦ୍ଵିତୀୟତଃ ଗୁଡାରୀ ଏନଏସିରେ ରହିଥିବା ଗ୍ରାମୀଣ କ୍ଷେତ ମୁଲିଆମାନଙ୍କୁ ଘର ଢିହ ପଟା ଓ ଦଖଲରେ ଥିବା ଜମି ର ପଟ୍ଟା ଅତିଶୀଘ୍ର ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଉ ।

ତୃତୀୟତଃ କେନ୍ଦ୍ର ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭା କୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତ ବନ୍ଦ କରି ୨୦୨୦ ଜଙ୍ଗଲ ଆଇନ ବନ୍ଦ କରାଯାଉ । ଚତୁର୍ଥତଃ ଗ୍ରାମୀଣ କ୍ଷେତ ମୁଲିଆମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତଙ୍କୁ ରେସନ କାର୍ଡ ଦେବା ସହ ପରିବାର ପିଛା ୫୦ କେଜି ଚାଉଳ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ । ପଞ୍ଚମତଃ ଗୁଡାରୀ ତହସିଲ ଏରିଆ ର ରାଜସ୍ୱ ନିରୀକ୍ଷକ ଓ ଓମିନଙ୍କ ଦ୍ୱାରା ଯେତ ମୁଲିଆ ଗରିବଙ୍କ ଦଖଲ ରହିଥିବା ଜଙ୍ଗଲ ଜମି ଓ ପାହାଡ଼ ଜମି – ଘର ଡିହକୁ ଚିହ୍ନଟ କରିବା ପାଇଁ ଗୁଡାରୀ ତହସିଲ ପ୍ରତ୍ୟେକ ଆର.ଆଇ. ମାନଙ୍କୁ ନିର୍ଦ୍ଦେଶ ଦିଆଯାଉ । ସଷ୍ଟତଃ ପ୍ରତ୍ୟେକ ଗରିବ କ୍ଷେତ ମୁଲିଆମାନଙ୍କୁ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ପଞ୍ଚାୟତ ସ୍ତରରେ ମାସିକ ୩୦୦୦ ହଜାର ଟଙ୍କା ଯୋଗାଇ ଦିଆଯାଉ ।

ସପ୍ତମତଃ ସମ୍ବିଧାନ ର ପଞ୍ଚମ ଅନୁସୁଚିତ ଆଦିବାସୀ ସମ୍ପ୍ରଦାୟ ର୍ ପାରମ୍ପରିକ ଅଧିକାର ଓ ହକ ଗୁଡିକ କାର୍ଯ୍ୟକାରୀ କରାଯାଉ ବୋଲି ଉଲ୍ଲେଖ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ (AIARLA) ଆଇରଲା କେନ୍ଦ୍ର କମିଟି ସଭ୍ୟ ବୃନ୍ଦାବନ ବିଡ଼ିକ, ସଭ୍ୟ ଆନନ୍ଦ ପ୍ରାସ୍କା, ଯାକବ ମାଝୀ, ଯୋହନ କ୍ରେପୁଟିକା, ଭାସ୍କର ନାଗ, କୁନି ଶବର, ମମତା ଶବର, ଲକ୍ଷ୍ମୀ ଶବର ଏବଂ ଦୁଇ ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।