ଶିରିଗୁଡା ପଞ୍ଚାୟତ ର ବହୁ ଆଦିବାସୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ

0
164
ଶିରିଗୁଡା

ରିପୋର୍ଟ : ଲୋକନାଥ ସାହୁ //
ଗୁଡ଼ାରୀ, (୩୦/୦୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ୍ ଅନ୍ତର୍ଗତ ଶିରିଗୁଡା ପଞ୍ଚାୟତ ର ବହୁ ପେନସନ୍ ଧାରୀ ପେନସନ୍ ପାଇବାରୁ ବଞ୍ଚିତ ହେଉଥିବା ଜଣାପଡିଛି ।3ce556af cedc 49f0 ac37 b5f38e6c3c15 ଶିରିଗୁଡା ପଞ୍ଚାୟତ ର ବହୁ ଆଦିବାସୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ

ମିଳିଥିବା ସୂଚନା ଅନୁଯାୟୀ ଶିରିଗୁଡା, ଚୁଲିପଡା, ଗୁମି ଓ ଶ୍ରୀ ରାମରାଜୁ ଆଦି ଅଞ୍ଚଳ ର ୬୦ ବର୍ଷରୁ ଉର୍ଦ୍ଧ ଆଦିବାସୀ ପୁରୁଷ ମହିଳା ନିୟମିତ ଭାବେ ଗ୍ରାମ ପଞ୍ଚାୟତ ଅଫିସରେ ନିଜ ନିଜ ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିଲେ ବର୍ତ୍ତମାନ ସରକାରଙ୍କ ଏହାର ପରିବର୍ତନ କରି ଅନଲାଇନ୍ ମାଧ୍ୟମରେ ସିଧା ସେମାନଙ୍କ ବେଙ୍କ ଖାତା କିମ୍ବା ପୋଷ୍ଟଲ୍ ଖାତାରେ ପେନସନ ଟଙ୍କା ଜମାହେବା ନିୟମ ପରିବର୍ତ୍ତନ ପରେ ୩ ମାସ ହେଲା ପଞ୍ଚାୟତ ଅଫିସ୍, ବେଙ୍କ, ପୋଷ୍ଟ ଅଫିସ ଦୈଡିଦୈଡି ନୟାନ୍ତ ହୋଇଥିବା ବେଳେ ସେମାନଙ୍କ ପ୍ରାପ୍ୟ ପାଇପାରୁ ନଥିବାରୁ ତିବ୍ର ଅସନ୍ତୋଷ ଦେଖାଦେଇଛି ।

ଏ ନେଇ ଶିରିଗୁଡା ଗ୍ରାମପଞ୍ଚାୟତ ଅଧିକାରୀ ଶିବାଜି ମଣ୍ଡଳଙ୍କୁ ପଚାରିବାରୁ ସେ କହିଥିଲେ ଯେ କେତେ ପେନସନ ଧାରିଙ୍କ ବେଙ୍କ କୁ ଲିଙ୍କ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କ ପୋଷ୍ଟ ଅଫିସ ଖାତାକୁ ଲିଙ୍କ ହୋଇଛି ସେମାନେ ଅନାୟାସରେ ବାରମ୍ବାର ପଞ୍ଚାୟତ ଅଫିସକୁ ଦୈଡୁଥିବା ପ୍ରକାଶ କରିଥିଲେ ଆଉ କିଛି ବ୍ୟକ୍ତିଙ୍କ ବେଙ୍କ ଲୋନ ଥିବାରୁ ସେଥିରେ ଜମା ହୋଇଥାଇପାରେ ବୋଲି ପ୍ରକାଶ କରିଥିଲେ ଏବଂ କିଛି ମହିଳାଙ୍କ ବୟସ ୬୦ ରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ଆଧାର କାର୍ଡ଼ରେ ଭୁଲବଶତଃ କମ୍ ଦର୍ଶାଯାଇଥିବାରୁ ପେନସନ ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ସରକାରୀ ଯୋଜନା ବାଟବଣା ‌ହୋଇଥିବା କୁହାଯାଉଛି ।

ଏଣୁ ତୁରନ୍ତ ଏହାର ସମାଧାନ ପାଇଁ ଶିରିଗୁଡା ପଞ୍ଚାୟତ ର ଚୁଲିପଡା ଗ୍ରାମର ଖାଦ୍ୟାସି ଜାଗରାଙ୍ଗା, କ୍ରାଇସି ଜାଗରାଙ୍ଗା, ପାଡେସି ଜାଗରାଙ୍ଗା, ଗୁମି ଗ୍ରାମ ର ହିକାବାଡି ସାମୁଟିକା, କୁଣ୍ଡିଙ୍ଗି ସାମୁଟିକା, ଲମ୍ବରି ସାମୁଟିକା ୩ ମାସ ହେଲା ସେମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ବେଳେ ଶିରିଗୁଡା ଗ୍ରାମ ର କୁମ୍ଭ ଶବର, ମନ୍ଦୋଦରି ଶବର, ଖଞ୍ଜା ଶବର, ମଉନାଶବର ପୁନିଆ ଶବର, ଉକ୍ତ ଆଦିବାସୀ ବ୍ୟକ୍ତିଙ୍କ ଆଧାର କାର୍ଡରେ ଭୁଲ ବୟସ ଥିବା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଦେଖାଯାଇଛି । ସେମାନେ ନିରକ୍ଷର ହୋଇଥିବା ଯୋଗୁଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅସମର୍ଥ ତେଣୁ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି ।