ଗାନ୍ଧୀ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ୱରେ ପଲିଥିନ ମୁକ୍ତ ଅଭିଯାନ

0
145
ଗାନ୍ଧୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨/୧୦) : ଗାନ୍ଧୀ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ସଙ୍ଗଠନ, ସୋନପୁର କଲେଜ ଏନ ସି ସି ର ମିଳିତ ସହଯୋଗରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଙ୍କ ମନ୍ଦିର ଓ ଚତୁର୍ପାଶ୍ୱରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଥିଲା lWhatsApp Image 2022 10 02 at 11.52.36 AM ଗାନ୍ଧୀ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ୱରେ ପଲିଥିନ ମୁକ୍ତ ଅଭିଯାନ

ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ଏନ ସି ସି ଲେଫ୍ଟଟେନେଣ୍ଟ ଆଶିଷ ଆଗ୍ରୱାଲ ଙ୍କ ସଂଯୋଜନାରେ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସପି ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜେ ସ୍ଵେଚ୍ଛାସେବୀ ଙ୍କ ସହିତ ଅଳିଆଗଦା ରୁ ପଲିଥିନ ଗୋଟାଏ ସମସ୍ତ ଙ୍କୁ ଉତ୍ସାହିତ କରି ସାଧାରଣ ଜନତା ଙ୍କୁ ସ୍ୱଚ୍ଛ ପରିବେଶ ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ମହାତ୍ମା ଗାନ୍ଧୀ ଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରା କରିବାକୁ ଓ ସୁସ୍ଥ ପରିବେଶ, ସୁସ୍ଥ ସମାଜ ଗଢିବାକୁ ଆହ୍ୱାନ କରି ସହଯୋଗ ର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ l

ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ର ଉଦ୍ୟୋକ୍ତା ସୟଦ ଅଳିମୁଲ ଇସଲାମ, ଗରିବ ଲୋଇ, ଇନ୍ଦୁ ମତି ପୁରୋହିତ, ରାମ ଚନ୍ଦ୍ର ଆଗ୍ରୱାଲ, ପ୍ରମୋଦ ସାହୁ, ପ୍ରହଲ୍ଲାଦ ମିଶ୍ର, ମନୋଜ ପଣ୍ଡା, ପ୍ରତାପ ଦାଶ, ତରଣୀ ମେହେର, ନାରାୟଣ ରଥ, କ୍ରିଷ୍ଣା ମେହେର, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ, ସଙ୍ଗୀତା ନାଏକ, ଶାଶ୍ୱତ ପାଣିଗ୍ରାହୀ, ଏନ ସି ସି ଛାତ୍ର ସୁଶୀଲ, ତିରୋମଣି, ବିଘ୍ନେଶ୍ୱର, ଲୋକ ନାଥ, ଉଜ୍ଜ୍ୱଳ ପ୍ରମୁଖ ଉଭୟ ସଙ୍ଗଠନ ର ଅନେକ ସଭ୍ୟ ଯୋଗ ଦେଇଥିଲେ l ପରେ ପରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l