ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ସହ ବିଜୟା ଦଶମୀ ଉତ୍ସବ ପାଳନ

0
256
ରାଷ୍ଟ୍ରୀୟ ସ୍ୱୟଂ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା: (୦୨/୧୦) : ଶନିବାର ଦିନ ରାୟଗଡ଼ା ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରତିଷ୍ଠା ଦିବସ ଅବସରରେ ବିଜୟା ଦଶମୀ ଉତ୍ସବ ବହୁ ଆଡମ୍ବର ସହ ପାଳନ କରାଯାଇଅଛି ।WhatsApp Image 2022 10 02 at 6.25.36 PM ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ସହ ବିଜୟା ଦଶମୀ ଉତ୍ସବ ପାଳନ

ଏହି ଉପଲକ୍ଷେ ପୂର୍ବାହ୍ନ ୧୧ ଘଟିକା ସମୟରେ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସ୍ଵୟଂ ସେବକ ତଥା କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ରାୟଗଡ଼ା ସହର ସ୍ଥିତ ସଂଘ କାର୍ଯ୍ୟାଳୟ ରୁ ଘୋଷ୍ ବାଦ୍ୟ ସହିତ ସଞ୍ଚଲନ ବାହାରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହର ପରିକ୍ରମା କରିଥିଲେ । ମଧ୍ୟାହ୍ନ ୧୨ ଘଟିକା ସମୟରେ କପିଳାସ ହଟେଲ ଲାଇନ୍ ନ୍ୟୁକଲୋନୀରେ ଥିବା ପଡ଼ିଆରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ଶତାବ୍ଦୀ ବିସ୍ତାରକ ପ୍ରଭାତ ମହାପାତ୍ର ରାୟଗଡ ସହ ଜିଲ୍ଲା କାର୍ଯ୍ୟବାହ ସ୍ଵର୍ଗତ ଶ୍ୟାମ ସୁନ୍ଦର ମାଣ୍ଡାଙ୍ଗିଙ୍କ ଗତ ୨୭/୦୯/୨୦୨୨ ତାରିଖ ଦିନ ସ୍ଵର୍ଗବାସ କରିଥିବାରୁ ତାଙ୍କର ଆମର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଶୋକ ପ୍ରସ୍ତାବ ରଖିଥିଲେ ଏବଂ ସ୍ଵର୍ଗତ ମାଣ୍ଡାଙ୍ଗିଙ୍କ ଅମର ଆତ୍ମା ସଦଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମାନନୀୟ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ନନ୍ଦିକେଶ୍ଵର ଚୌଧୁରୀ, ରାୟଗଡ଼ା ନଗର ସଂଘ ଚାଳକ ଶ୍ରୀଯୁକ୍ତ ପ୍ରମୋଦ ମହାନ୍ତି, ମୁଖ୍ୟ ଅତିଥି ଭାବେ ସିନ୍ଧି ସମାଜ ର ସମ୍ପାଦକ ଶ୍ରୀ ଇନ୍ଦ୍ରଦାସ ପୁନ୍ଦରାମି ଏବଂ ଆଜିକାର ମୁଖ୍ୟ ବକ୍ତା ସଂଘ ର କଳାହାଣ୍ଡି ବିଭାଗ ର କାର୍ଯ୍ୟବାହ ଶ୍ରୀଯୁକ୍ତ ମୁରଲୀଧର ବେହେରା, ସଂଘ ର ପ୍ରତିଷ୍ଠା ଏବଂ ବିଜୟା ଦଶମୀ ଉତ୍ସବ ପାଳନ ର ମହତ୍ତ୍ଵ ଉପରେ ମତ ରଖିଥିଲେ ।ରାଷ୍ଟ୍ରୀୟ ସ୍ୱୟଂ

ଜିଲ୍ଲା ଆବାହକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ବ୍ୟକ୍ତିଗତ ଗୀତ ଶ୍ରୀମାନ ସମୀର ପଟ୍ଟନାୟକ ପରିବେଶଣ କରିଥିଲେ । ଶ୍ରୀମାନ ବଂଶୀଧର ମହାପାତ୍ର ଅମୃତ ବଚନ ଉପସ୍ଥାପନ କରିଥିଲେ । ରାୟଗଡ଼ା ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ, ଜିଲ୍ଲା ସେବା ପ୍ରମୁଖ ଶ୍ରୀଯୁକ୍ତ ବାମ ଦେବ ପଟ୍ଟନାୟକ, ଜିଲ୍ଲା ବ୍ୟବସ୍ଥା ଶ୍ରୀଯୁକ୍ତ ସୁଶାନ୍ତ ସୁବୁଦ୍ଧି ଏବଂ ନଗର ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ମାଲେଶ୍ୱର ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।