ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ନିମନ୍ତେ ପୁରସ୍କୃତ

0
133
ବିନିକା ବିଜ୍ଞାପିତ ଅଞ୍ଚଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୧୦) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ନିମନ୍ତେ ପୁରସ୍କୃତ ହୋଇଛି ।WhatsApp Image 2022 10 02 at 6.26.16 PM ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ନିମନ୍ତେ ପୁରସ୍କୃତ

ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ତରଫରୁ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିହାର ରଞ୍ଜନ କଁହର, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ଏବଂ ପରିମଳ ବିଶେଷଜ୍ଞ ବିନିକା ଏନଏସି ସାଗରୀକା ପାତ୍ର ପ୍ରମୁଖ ଗତ ୧ ତାରିଖରେ ଦିଲ୍ଲୀ ତାଲକୋଟରା ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସଦୟ ଉପସ୍ଥିତିରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୃହ ଓ ସହରାଞ୍ଚଳ କୌଶଳ କିଶୋର ଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ।

ସଚିବ ମନୋଜ ଯୋଶୀ ଏବଂ ମିଶନ ନିର୍ଦ୍ଦେଶକ ରୂପା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହିଥିଲେ । ଏହି ପୁରସ୍କାର ଜିଲ୍ଲା ତଥା ଅଞ୍ଚଳ ନିମନ୍ତେ ଗର୍ବ ଓ ଗୌରବ ଆଣି ଥିବାରୁ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ଶ୍ରୀ କଁହର ବିନିକା ସହରବାସୀ ତଥା ଏନଏସି ର ଲୋକ ପ୍ରତିନିଧି, କାର୍ଯ୍ୟାଳୟ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।