ତନ୍ଦୁରୀ ଆଳୁ ମସାଲା

0
124
ତନ୍ଦୁରୀ ଆଳୁ ମସାଲା

ଉପସ୍ଥାପନା : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୧୦) : ଆଜି ଆମେ ଖାଦ୍ୟ ପ୍ରେମୀଙ୍କ ନିକଟରେ ପ୍ରସ୍ତୁତ କରୁଅଛୁ ତନ୍ଦୁରୀ ଆଳୁ ମସାଲା ତିଆରି କରିବା ର ସହଜ ଉପାୟ ।

ତନ୍ଦୁରୀ ଆଳୁ ମସାଲା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଲା ଆଳୁ, ରିଫାଇନ, ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ ହଳଦୀ, ତନ୍ଦୁରୀ ଚିକେନ ମସଲା, କିଚେନ କିଙ୍ଗ ମସଲା, ଗରମ ମସଲା, ଦହି, ଟମାଟୋ ପ୍ୟୁରି, ଘିଅ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆଳୁକୁ ସିଝାଇ ରଖି ଦିଅନ୍ତୁ । ଏହାପରେ କରେଇରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ସେଥିରେ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ ପକାଇ ସ୍ଲୋ ଫ୍ଲେମରେ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ । ଏହା ହାଲକା ଲାଲ ହେବା ପରେ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ । ଏହାପରେ ସେଥିରେ କଶ୍ମୀର ଲାଲ ଲଙ୍କା, ଲୁଣ, ହଳଦୀ, ତନ୍ଦୁରୀ ମସଲା ଓ ଗରମ ମସାଲା ପକାନ୍ତୁ ।

ଏହାପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ । ପରେ ଗ୍ୟାସ୍‌କୁ ସ୍ଲୋ ଫ୍ଲେମରେ ରଖନ୍ତୁ । କିଛି ସମୟ ପରେ ମସଲାକୁ ଗୋଳାଇ ସେଥିରେ ଦହି ପକାନ୍ତୁ । ଏହାଭୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ଛୋଟ ଛୋଟ ଖଣ୍ଡ ସିଝା ଆଳୁ ଓ କିଛି ପାଣି ପକାଇ ଗୋଳାଇ ଦିଅନ୍ତୁ । ଏହାକୁ କିଛି ସମୟ ପାଇଁ ଢାଙ୍କି ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ତନ୍ଦୁରୀ ଆଳୁ ମସାଲା ।