ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀ ପାଲା ଆୟୋଜିତ

0
110
ଶାରଦୀୟ ଦୁର୍ଗାପୂଜା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୬/୧୦) : ଚଳିତ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ପଲସପାଟ ଦୁର୍ଗାପୂଜା ମଣ୍ଡପଠାରେ ଦୁଇଦିନ ଧରି ବାଦିପାଲା ଅନୁଷ୍ଠିତ ହୋଇଥିଲା ।

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀ ପାଲା ଆୟୋଜିତ । ଉକ୍ତ ବାଦିପାଲ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଲକ୍ଷ୍ମୀପ୍ରିୟା ଦାଶ ଓ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡର ଗୀତାଞ୍ଜଳୀ ବେଉରା ଦୁଇଜଣ ସୁନାମ ଧାନ୍ୟ ପାଲା ଗାୟିକା ଯୋଗଦାନ ପୂର୍ବକ ପାଲା ପରିବେଷଣ କରିଥିଲେ । ଉକ୍ତ ପାଲା ଦେଖିବା ପାଇଁ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ ।

ପାଲା ପରିବେଷଣ କାର୍ଯ୍ୟରେ ଆମ ଅଞ୍ଚଳର ଜଣାଶୁଣା ପାଲା ଗାୟକ ଶ୍ରୀଯୁକ୍ତ ବାଞ୍ଛାନିଧି ପ୍ରଧାନ ଓ ତାଙ୍କ ସହଯୋଗୀ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଉକ୍ତ ପାଲା ଓ ସାଂସ୍କୃତିକ କାର୍ଯକ୍ରମର ସୁପରିଚାଳନାରେ ପଲସାପାଟ୍ ଗ୍ରାମର ମନୋରଞ୍ଜନ ସାହୁ, ବିଭୂତି ଭୂଷଣ ଗିରି, ମନୋରଞ୍ଜନ ଗିରି, ପ୍ରମୋଦ କୁମାର ସାହୁ, ଭଜମନ ପାତ୍ର ସହଯୋଗ ପ୍ରଦାନ କରିଥିଲେ ।