ଆବାସ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଙ୍କ ହାତ ରୁ ପାଇବେ ପୁରସ୍କାର

0
339
ଆବାସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୧୦) : ଜାତୀୟ ସ୍ତର ଗଜପତି ଜିଲ୍ଲା ରେ ଆବାସ ଯୋଜନା ପାଇଁ କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ର ଜଣେ ଆବାସ ହିତାଧିକାରୀ ପାଇବେ ଜାତୀୟ ପୁରସ୍କାର ।

ଆବାସ ଯୋଜନାରେ ୨୦୧୯ ରେ କାଶୀନଗର ବିଜ୍ଞପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୫ ର ଅଧିବାସୀ ପୋଲାକି ସଂଜୀବ ରାଓ ଜଣେ ଚାଷୀ ଓ ପେଶା ରେ ଜଣେ ରନ୍ଧାଳି ଭୋଜି ଭାତ ରାନ୍ଧି ନିଜ ର ପରିବାର ପୋଷଣ କରନ୍ତି । ଏକଦା ନିଜ ବାପା ଗୋସାଇଁ ବାପା ଅମଳ ରୁ କୁଡ଼ିଆ ଘରେ ଚଳି ଆସୁଥିଲେ । ଘର ଖଣ୍ଡେ ବାନ୍ଧିବା ତାଙ୍କ ଭାଗ୍ୟ ରେ ନଥିଲା ।

ଆବାସ ଯୋଜନାରେ ବହୁତ ଥର ଦରଖାସ୍ତ କରିଥିଲେ । ଶେଷରେ ୨୦୧୯ ମସିହାରେ ହିତାଧିକାରୀ ଚୟନ ହୋଇ ଫେବୃଆରୀ ମାସରେ କାର୍ଯ୍ୟାଦେଶ ପାଇ ଅକ୍ଟୋବର ମାସ ରେ ଘର ତିଆରି କରି ସରକାର ଙ୍କ ଠାରୁ ଉତ୍ସାହ ପାଇଥିଲେ । ଖୁବ କମ ସମୟ ରେ ଏକ ସୁନ୍ଦର ଘର ତିଆରି କରି ଜାତୀୟ ସ୍ତର ରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ଚାରଣ ବେହେରା ପ୍ରକାଶ କରିଛନ୍ତି । ମୋଟ ୩ ଜଣ ହିତାଧିକାରୀ ଙ୍କ ମଧ୍ୟରୁ ସଂଜୀବ ରାଓ ଜଣେ ଏମାନେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରୁ ପୁରସ୍କାର ପାଇବେ, ଏଣୁ ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରଣୀ ଓ ଉପାଧ୍ୟକ୍ଷ୍ୟ ରଘୁରାମ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ଚରଣ ବେହେରା ଖୁସି ପ୍ରକୋଟ କରିଛନ୍ତି ।