ଚିତାଙ୍କ ସୁରକ୍ଷା ପାଇଁ ଟାସ୍କ ଫୋର୍ସ ଗଠନ

0
153
ଚିତାଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୧୦) : ଚିତାଙ୍କ ସୁରକ୍ଷା ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ।

ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ସମସ୍ତ ସହାୟତା ଯୋଗାଇ ଦିଆଯିବ । ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ । ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସର୍ବ କମିଟି ଗଠନ କରା ଯାଇପାରିବ । ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ ।

ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ । ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ । ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ । ଚିତା ପୁନର୍ବାସନ ଦ୍ୱାରା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଯାଇ ପାରିବ । କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ଦକ୍ଷତା ଓ ଉପଯୋଜନ ସ୍ଥିତି ନୀରିକ୍ଷଣ କରିବ । ଚିତାଙ୍କୁ ଏକାନ୍ତବାସରୁ ସଫ୍ଟ ରିଲିଜ ଖୁଆଡ ଏବଂ ପରେ ଚାରଣ ଭୂମି ଓ ଖୋଲା ଜଙ୍ଗଲକୁ ଛାଡିବା ନୀରିକ୍ଷଣ କରାଯିବ ।