ସାଗୁ ଦାନା ବର୍ଫି

0
298
ସାଗୁ ଦାନା

ଉପସ୍ଥାପନା : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୧୦) : ଆଜି ଆମେ ପ୍ରସ୍ତୁତ କରିବା ସାଗୁ ଦାନା ବର୍ଫି । ଆସନ୍ତୁ ଜାଣିବା ସାଗୁ ଦାନା ବର୍ଫି ବନେଇବା ର ସରଳ ଓ ସହଜ ପ୍ରଣାଳୀ । 

ଆବଶ୍ୟକ ଉପକରଣ : ସାଗୁ ଦାନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ, ଡ୍ରାଏ ଫ୍ରୁଟସ୍‌ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାନ୍ତୁ । ଏହା ସାମାନ୍ୟ ଗରମ ହେବା ପରେ ସେଥିରେ ସାଗୁ ଦାନା ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ହାଲକା ଫ୍ରାଏ କରନ୍ତୁ । ଏହା କ୍ରିପସି ହୋଇଯିବା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ ବାହାର କରି ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ । ଏହାକୁ ଗ୍ରାଇଣ୍ଡିଂ କରି ଭଲ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ଏକ ପ୍ୟାନ୍‌ରେ କ୍ଷୀର ଗରମ କରନ୍ତୁ । ଏହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ । କ୍ଷୀର ଆସ୍ତେ ଆସ୍ତେ ଗାଢା ହୋଇଯିବା ପରେ ସେଥିରେ ଚିନିକୁ ମିଶାନ୍ତୁ । ଏହା ଭଲ ଭାବେ ମିଶିଯିବା ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ ।

ଏହାପରେ ଆଉ ଏକ ପ୍ୟାନ୍‌ରେ ଘିଅ ନେଇ ସେଥିରେ ସାଗୁଦାନା ପାଉଡରକୁ ପକାଇ ସିମ୍‌ରେ ଭଲ ଭାବେ ଭାଜନ୍ତୁ । ଏହା ହାଲକା ବାଦାମୀ ରଙ୍ଗର ହୋଇଯିବା ପରେ ସେଥିରେ କ୍ଷୀର, ଚିନିର ମିଶ୍ରଣକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏହା ଉପରେ ଗୁଜରାତି ଗୁଣ୍ଡ ପକାନ୍ତୁ । ଏହାପରେ ଏହାକୁ ଏକ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ । ଏହା ଉପରେ ଡ୍ରାଏ ଫ୍ରୁଟସ୍‌ ପକାଇ ସଜାଇ ଦିଅନ୍ତୁ । ଏହାପରେ ନିଜ ଇଚ୍ଛା ମୁତାବକ ପିସ୍‌ରେ କାଟି ସର୍ଭ କରନ୍ତୁ ।