୩୨ ତମ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ

0
163
୩୨

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୮/୧୦) : ଦୀର୍ଘ ୩୨ ବର୍ଷ ଧରି ଚାଲିଆସିଥିବା ମାଁ ଜଗତଜନନୀ ଦୁର୍ଗାପୂଜା ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 08 at 8.22.39 PM 1 ୩୨ ତମ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ

ମାଁ ଙ୍କ ପୂଜା ଗତ ସପ୍ତମୀ ଠୁ ଆରମ୍ଭ ହୋଇ ଆଜି ମାଁ ଙ୍କୁ ବିସର୍ଜନ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଳା ଦଣ୍ଡ ନୃତ୍ୟ ବଲାଙ୍ଗୀର ରୁ ଆସି ପରିବେଷଣ କରିଥିଲେ । ଗ୍ରାମବାସୀ ଓ ପୂଜା କମିଟି ସ୍ଥାନୀୟ ସରପଞ୍ଚ ଙ୍କ ଅସୁସ୍ଥ ଥିବାରୁ ମୁଖ୍ୟ ଅତିଥିଭାବେ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ କୁମାର ଯୋଶୀ, ଗ୍ରାମ ସଭାପତି -ପ୍ରତାପ କିଶ୍ଵର ବେହେରା, ସମ୍ପାଦକ -ବିଷ୍ନୁଚରଣ ଦେହୁରୀ, ୱାର୍ଡ ମେମ୍ବର -ଏକାଦଶୀ କର୍ଣ୍ଣ, ସଭା ପରିଚାଳକ ରାଘବ ବେହେରା, ସ୍ୱେଚ୍ଛାସେବୀ -ରାଜୀବ ବେହେରା, ପରମାନନ୍ଦ ବେହେରା, ଦ୍ରୋଣାଚାର୍ଯ୍ୟ ଦନ୍ତା, ବଳଭଦ୍ର ବେହେରା, ପ୍ରଦୀପ ମାହାର, କର୍ତ୍ତା -ରଶ୍ମି ରଞ୍ଜନ ବାଘ ଙ୍କ ଉପସ୍ଥିତରେ ୩୨ ତମ ଦୁର୍ଗାପୂଜା ର ଶୁଭ ଉଦ୍ଘାଟନି କାର୍ଯ୍ୟକ୍ରମ ହୋଇଥିଲା ।