ଓଡ଼ିଶା ପ୍ରଶାସନିକ ସେବା ରେ ୧୮ ନମ୍ବର ରେଙ୍କରେ କୃତକାର୍ଯ୍ୟ

0
134
ଓଡ଼ିଶା ପ୍ରଶାସନିକ ସେବା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୧୦) : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ଛକ ହିକୁଡି ଗାଁ ର ଜଣା ଶୁଣା ସମାଜସେବୀ ତଥା ପ୍ରକୃତି ବନ୍ଧୁ ରାଜୀବ ଲୋଚନ ଗୁରୁ ଓ ସରକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ର ଙ୍କ ସୁପୁତ୍ର ରାମ କ୍ରିଷ୍ଣା ସତ୍ୟରାଜ ଗୁରୁ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ ରେ ୧୮ ନମ୍ବର ରେଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ଏହି ଅଞ୍ଚଳ ର ଗୌରବ ବୃଦ୍ଧି କରିଛନ୍ତି ।

ଶ୍ରୀ ଗୁରୁ ସାହାରା ଟ୍ରଷ୍ଟ ହାଇସ୍କୁଲରେ ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଓ ୟୁ ଏ ଟି ଭୁବନେଶ୍ୱର, ଇନ୍ଦିରା ଗାନ୍ଧୀ କୃଷି ମହାବିଦ୍ୟାଳୟ ରାୟପୁର ଛତିଶଗଡ଼ ଏବଂ ଏଗ୍ରିକଲଚରରେ ପି.ଏଚ.ଡି. କ୍ୟାରିଅର ଗଢ଼ି ଆଇ ସି ଏ ଆର ଗବେଷଣା କେନ୍ଦ୍ର ରୁ ସେ ସ୍କୋଲାରସିପ ପାଇଥିବା ଜଣାଯାଏ । ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଏହି କୃତିତ୍ୱ ହାସଲ କରିଛନ୍ତି ।

ଏହି ସଫଳତା ର ଶ୍ରେୟ ସେ ନିଜର ସମସ୍ତ ସ୍କୁଲ କଲେଜ ଟିଚର ବିଶେଷ ଭାବେ ସାହାରା ର ଏଚ ଏମ ଗତିକୃଷ୍ଣ ମିଶ୍ର, ଦିଲ୍ଲୀପ ପଣ୍ଡା ଓ ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ସୋନପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଜି ଶ୍ରୀ ଗୁରୁ ପରିବାର ର ଅଗଣିତ ଶୁଭେଛୁ ଓ ଏ ଏସ ରାମକୃଷ୍ଣ ଓ ତାଙ୍କର ପିତା ମାତା ଙ୍କୁ ଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।