ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ୩୬ ନମ୍ବର ରେଙ୍କରେ ବର୍ଷା ସୁଭଦର୍ଶିନୀ ପୁଝାହାରୀ

0
122
ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୧୦) : ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ୩୬ ନମ୍ବର ରେଙ୍କରେ ଉତ୍ତିର୍ଣ୍ଣ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ବର୍ଷା ସୁଭଦର୍ଶିନୀ ପୁଝାହାରୀ । ଦ୍ଵିତୀୟ ଥର ଓଏଏସ ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି ।

ତାଙ୍କ ସଫଳତାରେ ପରିବାରରେ ଖୁସୀ ର ଲହରୀ ଖେଳି ଯାଇଛି । ତେବେ ଭବିଷ୍ୟତରେ ଆଇଏଏସ ହେବାର ଲକ୍ଷ୍ୟ ରଖିଛନ୍ତି ବର୍ଷା । ସେବା କରିବାକୁ ତାଙ୍କର ଇଚ୍ଛା ଥିଲା ସେହି ଇଚ୍ଛାକୁ ଭଗବାନ ପୂରଣ କରିଛନ୍ତି ବୋଲି କହିଛନ୍ତି । ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ନିଜର ସଫଳତା ପାଇଁ ସେ ପ୍ରଥମେ ଭଗବାନଙ୍କୁ ଓ ବାପା ମାଁଙ୍କୁ ଶ୍ରେୟ ଦେଇଛନ୍ତି । ୨୦୨୦ ମସିହାରୁ ବର୍ଷା ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଦ୍ଵିତୀୟ ଥର କୃତକାର୍ଯ୍ୟ ହୋଇଛନ୍ତି । ତରଭା ସରସ୍ୱତୀ ଶିଶୁ ମନ୍ଦିରରେ ମ୍ୟାଟ୍ରିକ ପାସ କରିବା ପରେ ସମ୍ବଲପୁର ନିଉଟନ କଲେଜରେ ଯୁକ୍ତ ଦୁଇ ଓ ଭୁବନେଶ୍ୱର ଓୟୁଏଟିରେ ଗ୍ରାଜୁଏସନ ପାସ କରିଥିଲେ ।

ବର୍ଷାଙ୍କ ପରିବାର ବର୍ତ୍ତମାନ ସଦର ବ୍ଲକ ବାଇଗନଜୁରୀରେ ରହୁଥିବା ବେଳେ ବିନିକା ବ୍ଲକ ସଂସାମୁରା ଗାଁ ର ମୂଳ ବାସିନ୍ଦା ଅଟନ୍ତି । ତେବେ ଦୁଇ ବର୍ଷ ହେଲା ଅକ୍ଲାନ୍ତ ପରିଶ୍ରମ କରି ସେ ଆଜି ଏ ସଫଳତା ପାଇଛନ୍ତି ବୋଲି କହିଛନ୍ତି । ତେବେ ବର୍ଷାଙ୍କ ଏହି ସଫଳତା ଯୋଗୁଁ ବାପା ମାଁ ବେଶ୍ ଖୁସୀ ଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟ ବେଶ୍ ଖୁସୀ ଥିବା ଦେଖାଯାଇଛି l