ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ପାଳିତ

0
181
ଗୋପବନ୍ଧୁ ଦାସଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୯/୧୦) : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ରାୟଗଡ଼ାରେ ପାଳିତ ହୋଇଛି ।WhatsApp Image 2022 10 09 at 7.32.37 PM ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ପାଳିତ

ଏ ଅବସରରେ ରାୟଗଡ଼ା ସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଡ. ନରେନ୍ଦ୍ର କୁମାର ମହାନ୍ତି, ସାହିତ୍ୟିକ ଆଶୁତୋଷ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମାଜ ର ଜିଲ୍ଲା ପ୍ରତିନିଧି ରଘୁନାଥ ପଟ୍ଟନାୟକ, ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତି, ପୌର କର୍ମଚାରୀଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଏ ଅବସରରେ ଅତିଥିମାନେ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ସେ ଏକା ଧାରରେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ୍‌, ଜନସେବକ, ସଂଗଠକ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଅନ୍ୟତମ ପୁରୋଧା ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କର ଆଦର୍ଶ ଜୀବନ, ମାନବବାଦୀ ଭାବଧାରା ଓଡ଼ିଆ ଜାତି ପାଇଁ ପ୍ରେରଣା ର ଉତ୍ସ ହୋଇ ରହିଥିବ ବୋଲି ସେମାନେ କହିଛନ୍ତି ।