ବିଜେଡି ର ମିଶ୍ରଣ ପର୍ବ ଓ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
142
ବିଜେଡି ର ମିଶ୍ରଣ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଠାରେ ବିଜେଡି ର ମିଶ୍ରଣ ପର୍ବ ଓ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 09 at 7.33.10 PM ବିଜେଡି ର ମିଶ୍ରଣ ପର୍ବ ଓ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୁରୁଣା କଟକ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କର ବହୁ ସମର୍ଥକ ଆଜି ବିଜେଡିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ ।

ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ଓ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ । ପରେ ପଦଯାତ୍ରାରେ ପୁରୁଣାକଟକ ପଞ୍ଚାୟତ ର ଅନେକ ଗ୍ରାମ କୁ ପଦଯାତ୍ରାରେ ମନ୍ତ୍ରୀ ଓ କର୍ମୀ ମାନେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତା ଲୋକ ମାନଙ୍କ ପାଖରେ ପହଞ୍ଚାଇଥିଲେ ।WhatsApp Image 2022 10 09 at 7.33.11 PM ବିଜେଡି ର ମିଶ୍ରଣ ପର୍ବ ଓ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଏହି ପଦଯାତ୍ରାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ସରପଞ୍ଚ ଅଶୋକ ସେଠୀ, ବାବୁ ମେହେର, ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଧିରେନ ଦେହୁରୀ, ସୁରେନ ପଧାନ, ପ୍ରଦୀପ କୁମାର ସାହୁ, ଚିତ୍ତରଞ୍ଜନ ସିଂହ, ସଞ୍ଜୀବ ଦେହୁରୀ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।