ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ କାଶୀନଗରରେ ପାଳିତ

0
357
ଅନ୍ତର୍ଜାତୀୟ ଶିଶୁ କନ୍ୟା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୧୦) : ଗତକାଲି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି ।

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଉତ୍ସବରେ ତହସିଲଦାର ଶ୍ରୀ ପ୍ରଭାସ କୁମାର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡାକ୍ତର ଶ୍ରୀ ପଣ୍ଡା ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ କନକ ଲତା ପୂଜାରୀ, ଇନ୍ସପେକ୍ଟର ସୁଶ୍ରୀ କୌଶତଭା ସେଠି ବି ଇ ଓ ଙ୍କ ପ୍ରତିନିଧି ଭାବେ ଶିକ୍ଷକ ଶ୍ରୀ ଗୋପାଳ ରାଓ ଯୋଗ ଦେଇଥିଲେ । ଏତଦ ବ୍ୟତୀତ ଅଙ୍ଗନବାଡି କର୍ମୀ ଆଶା କର୍ମୀ ଯୋଗ ଦେଇଥିଲେ । ଶିଶୁ କନ୍ୟା ର ପୋଷଣ ଯତ୍ନ, ଶିକ୍ଷା ଓ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ସରକାର ଶିଶୁକନ୍ୟା ର ଯତ୍ନ ପାଇଁ ଅଙ୍ଗନବାଡି ଓ ଆଶା କର୍ମୀ ଙ୍କୁ ସଜାଗ ହୋଇ ରହିବାକୁ ହେବ ବୋଲି ଶ୍ରୀ ଦେହୁରୀ କହିଥିଲେ ।