ବିଡ଼ିଓଙ୍କ ସରକାରୀ ଗାଡିର କାଚ ଭାଙ୍ଗିଥିବା ଅଭିଯୋଗରେ ଯୁବକ ଗିରଫ

0
294

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୧୨/୮) : ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରତ ଯୁବକ ଙ୍କ କିଛି ସମାଧାନ ନହେବାରୁ ଶେଷରେ ରାଗିଯାଇ ବିନିକା ବିଡ଼ିଓ ଙ୍କୁ ଗାଳିଗୁଲଜ କରିବା ସହ ବିଡ଼ିଓଙ୍କ ସରକାରୀ ଗାଡିର କାଚ କୁ ଭାଙ୍ଗି ଦେଇଥିବା ଅଭିଯୋଗ ରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ କୁ ଗିରଫ କରିଛି ।

ଘଟଣାରୁ ପ୍ରକାଶ ଯେ ବିନିକା ବ୍ଲକ ଭଣ୍ଡାର ପଂଚାୟତ ପିତେଇପାଲି ଗ୍ରାମର ଶିବପ୍ରସାଦ ପଡିଆ ଙ୍କ ଜମିର ରାସ୍ତାକୁ ସେହି ଗ୍ରାମର ଜୈନିକ ବ୍ୟକ୍ତି ଗୋଚର ଜମିରେ ଆବାସ ଗୃହ ନିର୍ମାଣ କରି ତାଙ୍କ ରାସ୍ତା କୁ ବନ୍ଦ କରିଦେଇଥିବା ପ୍ରତିବାଦ ରେ ଶିବପ୍ରସାଦ ଗତ ୩ ତାରିଖ ଠାରୁ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ | ହେଲେ ତାର କିଛି ସମାଧାନ ନହେବାରୁ ସେ ରାଗିଯାଇ ଗତକାଲି ବିଡ଼ିଓ ବ୍ୟାସଦେବ ବେହରା ଙ୍କୁ ଗାଳିଗୁଲଜ କରିବା ସହ ବିଡ଼ିଓଙ୍କ ସରକାରୀ ଗାଡିର କାଚ କୁ ଭାଙ୍ଗି ଦେଇଥିଲେ ।

ଏନେଇ ବିଡ଼ିଓ ଶ୍ରୀ ବେହେରା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିବା ସହ ତାକୁ ଆଜି ଗିରଫ କରି ବିନିକା କୋର୍ଟ କୁ ପଠାଇଛି | ଏହି କେଶ ର ଦାୟିତ୍ୱ ଥାନା ଅଧିକାରୀ ପବିତ୍ର ସାହୁ ନେଇଛନ୍ତି ।