ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା କଣ୍ଟେନର

0
119
ତୀର୍ଥଯାତ୍ରୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜଳେଶ୍ୱର, (୧୩/୧୦) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଆଜି ଭୋରରୁ ତୀର୍ଥଯାତ୍ରୀ ବସ୍‌ ର ସଡ଼କ ଦୁର୍ଘଟଣା ଘଟିଛି ।

ଏକ ତୀର୍ଥଯାତ୍ରୀ ବସ୍‌କୁ କଣ୍ଟେନର ପଛପଟୁ ଧକ୍କା ଦେବାଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗ ର ବୋଲି ଜଣାଯାଇଛି । ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରରୁ ଯାତ୍ରୀ ମାନଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା । ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍‌ କୁ ପଛପଟୁ ଧକ୍କା ଦେଇଥିଲା ।

ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ବସ୍‌ରେ ଡ୍ରାଇଭରକୁ ଲଗାଇ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।