ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀ ଗୁରୁତର

0
125
ଗ୍ୟାସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୪/୧୦) : ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଅଁରପୁରରେ ଗାଁ’ରେ । ଆହତ ଦୁଇଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ଭାଇ ଭଉଣୀ ରୋଷେଇ କରୁଥିଲେ । ହଠାତ୍ ଏହି ସମୟରେ ଗ୍ୟାସ ପାଇପରେ ନିଆଁ ଲାଗି ଯାଇଥିଲା । ଏହାପରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥଲା । ଭାଇ ଭଉଣୀ ଦୁଇଜଣ ନିଆଁ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ଭାଇର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଦୁର୍ଘଟଣାରେ ପରିବାର ଲୋକଙ୍କର କିଛି ହୋଇ ନାହିଁ ।