ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସ୍‌ଏଫ

0
127
ପାକିସ୍ତାନୀ ଡ୍ରୋନକୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଅମୃତସର, (୧୪/୧୦) : ଡ୍ରୋନ ଦ୍ୱାରା ଭାରତୀୟ ସୀମା ଉପରେ ନଜର ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନକୁ ଆଜି ବଡ଼ ଝଟକା ଲାଗିଛି । ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସ୍‌ଏଫ

ବିଏସ୍‌ଏଫ ଯବାନମାନେ ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି । ଏହି ଡ୍ରୋନଟି ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

ସୂତ୍ର ଅନୁସାରେ, ଆଜି ଭୋର ସମୟରେ ପାକିସ୍ତାନ ଡ୍ରୋନ ଶାହପୁର ବର୍ଡର ଆଉଟ ପୋଷ୍ଟ ନିକଟ ଭାରତୀୟ ସୀମାରେ ବୁଲୁଥିବା ବିଏସ୍‌ଏଫ ଯବାନମାନେ ଦେଖିଥିଲା । ଏହାପରେ ଜଣେ ବିଏସ୍‌ଏଫ ଯବାନ ଡ୍ରୋନଟିକୁ ଗୁଳି କରି ଖସାଇ ଦେଇଥିଲେ । ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟର ଦେଓରି ଫରୱାର୍ଡରୁ ଏହି ଡ୍ରୋନଟି ଭାରତକୁ ପଠା ଯାଇଥିଲା । ଡ୍ରୋନକୁ ଗୁଳି କରି ଖସାଇବା ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ହେଲେ ଏ ଯାଏଁ ସୀମାରେ କୌଣସି ସନ୍ଦିଗ୍ଧ ଗତିବିଧି କିମ୍ବା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମ୍ପର୍କରେ ତଥ୍ୟ ମିଳିନାହିଁ ।

ପୂର୍ବରୁ ପାକିସ୍ତାନ ସୀମାରୁ ଡ୍ରୋନ ଦ୍ୱାରା ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଯିବାର ନଜିର ରହିଛି । ସେହିପରି ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ମଧ୍ୟ ଡ୍ରୋନ ଦ୍ୱାରା ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ପାକିସ୍ତାନ ନଜର ରଖିଥାଏ । ଏଥର ମଧ୍ୟ ସେମିତି କିଛି ଯୋଜନା ହୋଇଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି ।